ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମପଞ୍ଚାୟତର କାଶୀନଗର ବ୍ଲକର ସୀତାପୁର ଗ୍ରାମରେ ରହୁଥିବା ଜି. କୃଷ୍ଣଙ୍କର ଦୁଇଟି ସନ୍ତାନ ରହିଛି। ତାଙ୍କର ପରିବାର ବହୁତ ବଡ଼ କିନ୍ତୁ ଛୋଟିଆ ଫଳ ଦୋକାନ ଟି ରହିଛି, ସେଇଥିରେ ତାଙ୍କ ପରିବାର ପଷଣ ହେଉଛି। ତାଙ୍କୁ କର୍କଟ ରୋଗ ହୋଇଛି। ପୂର୍ବ ସରକାର ଦେଇଥିବାBSKY କାର୍ଡରେ ତାଙ୍କୁ ଦୁଇ ମାସ ଧରି ଚିକିତ୍ସା କରାଯାଇଥିଲା। ତାଙ୍କ ପରେ ଆସିଥିବା ବିଜେପି ସରକାର ସେହି କାର୍ଡକୁ ରଦ୍ଦ କରିଦେଇଥିଲା। ଦୁଇ ବର୍ଷ ବିତିଗଲାଣି।















