No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କାଶୀନଗର ବ୍ଲକ ଅନ୍ତର୍ଗତ ଖୁରିଗାଁ ନିକଟ ରେ ଦୀର୍ଘ୍ ୫୦ ବର୍ଷ ତଳେ ଶ୍ରୀ ଗୌରୀ ନୀଳକଣ୍ଠେଶ୍ଵର ମନ୍ଦିର ଏକ ଚାଳ ଘରେ ରହି ଆସିଥିଲା, କିଛି ବର୍ଷ ପରେ ଏହି ମନ୍ଦିର ଭାଙ୍ଗି ଯାଇଥିଲା ଓ ଏହି ମନ୍ଦିର ରେ ଥିବା ମହାଦେବ ଙ୍କ ଲିଙ୍ଗ ଟି କେହି ଚୋରିକରି ନେଇଯାଇଥିଲେ,

ଏମିତି କିଛିଦିନ ବିତିଯିବା ପରେ ସେଇ ଗ୍ରାମ ର ଜଣେ ଶିବ ଭକ୍ତ ଗବାରା ରାମୁଲୁ ଙ୍କୁ ସ୍ୱପ୍ନାଦେଶ ପ୍ରକାରେ ନିକଟସ୍ତ ଏକ ପାହାଡ ଶିଖର ରେ ଶିବଲିଙ୍ଗ କୁ ଆଣି ପୁଣି ଏକ ଛୋଟିଆ ମନ୍ଦିର ଟି ପ୍ରତିଷ୍ଠା ହୋଇଥିଲା, କିନ୍ତୁ ଏହି ମନ୍ଦିର ଉନ୍ନତଧରଣ କରିବା ପାଇଁ ଅର୍ଥ ବାଧକ ସାଜିଥିଲା ,

ବର୍ତ୍ତମାନ ର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ପ୍ରଚେଷ୍ଟା ରେ ଆଜି ବିରାଟ ବଡ ଉନ୍ନତ ମାନର ମନ୍ଦିର ନିର୍ମାଣ ହୋଇଯାଇଛି, ଆଜି ଶିବରାତ୍ର ଅବସର ରେ ଆଉ ଟିକେ ଉନ୍ନତି ହୋଇ ,ଆଜି ପୂଜା ମଣ୍ଡପ , କମିନିଟି ହୋଲ, କମିନିଟି ଶୌଚାଳୟ ର ଶୁଭ ଉଦଘାଟନ କଲେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ,

ଏହି ମନ୍ଦିର ନିର୍ମାଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁଦାନ ରେ ନିର୍ମିତ ହୋଇଥିବା ସୂଚନା ଦେଇଛନ୍ତି, ଏହି ମନ୍ଦିର ନିର୍ମାଣ ପାଇଁ କାଶୀନଗର ବିଜ୍ଞାପିତ ଅଞ୍ଚଳ ର ୱାଡ ସଦସ୍ୟ କଟିକି ରାମାରାଓ ଙ୍କ ବି ଅବଦାନ ଥିବା ଜଣାପଡିଛି l

No Result
View All Result