ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାhଗ ନିର୍ଦେଶକ୍ରମେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ସେବା ସମବାୟ ସମିତି ସମ୍ପାଦିକ ଦୁର୍ଯୋଧନ ରାଉତଙ୍କ ତତ୍ୱାବଧାନରେ ସୋମବାର ଦିନ ସମିତି କାର୍ଯ୍ୟାଳୟ ପରିସରରେ ୫ମ ପର୍ଯ୍ୟାୟ ଧାନମଣ୍ଡି ଉଦଘାଟନ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ସେବା ସମବାୟ ସମିତିର ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିୟନ୍ତ୍ରିତ ବଜାର କମିଟିର ଧାନ ନିରୀକ୍ଷକ ସିଦ୍ଧାନ୍ତ ଜେନା ଓ ଡାଟା ଏଣ୍ଟ୍ରି ଅପେରଟର ଜ୍ୟୋତି ରଞ୍ଜନ ମହାରଣାଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ରହି ଏହାକୁ ଶୁଭ ଉଦଘାଟନ କରିଥିଲେ !

ବଡ଼କୁମାରୀ ସେବା ସମବାୟ ସମିତିରେ ୧୯୪ଜଣ ଚାଷୀମାନଙ୍କର ନାମ ପଞ୍ଜିକରଣ ହୋଇଥିଲାବେଳେ ଉଦଘାଟନୀ ଦିବସରେ ୧୫ଜଣ ଚାଷୀ, ଦ୍ୱତୀୟ ପର୍ଯ୍ୟାୟରେ ୩୫ଜଣ ଚାଷୀ,ତୃତୀୟ ପର୍ଯ୍ୟାୟରେ ୪୦ଜଣ ଚାଷୀ, ୪ର୍ଥ ପର୍ଯ୍ୟାୟରେ ୩୫ଜଣ ଚାଷୀ ଓ ୫ମ ପର୍ଯ୍ୟାୟରେ ଆଜି ୩୩ଜଣ ଚାଷୀଙ୍କଠାରୁ ୬୩୬. ୪୨ କ୍ୱିଣ୍ଟାଲ ଧାନ କ୍ରୟ ସମିତି ପକ୍ଷରୁ କ୍ରୟ କରାଯାଇଥିଲା ! ବଡ଼କୁମାରୀ ସେବା ସମବାୟ ସମିତି ଲିଃର ଚାଷୀମାନଙ୍କୁ ଉପଯୁକ୍ତ ଧାନର ପ୍ରାପ୍ୟ ୩୧୦୦ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ସହିତ “ଆମେ ସମ୍ପୂର୍ଣ୍ଣ ସ୍ବଛତାର ସହ ଧାନ କ୍ରୟ କରିବାକୁ ପ୍ରସ୍ତୁତ ଅଛୁ ବୋଲି ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ ପରାମର୍ଶ ଦେଇଥିଲେ !















