ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ଏବଂ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (CFI)ର ମିଳିତ ଆୟୋଜନରେ ୨୩ତମ ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିଠାରେ ଆସନ୍ତା ଅକ୍ଟୋବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ନେଇ ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦେଶର ପ୍ରାୟ ୩୦ଟି ରାଜ୍ୟରୁ ୮୦୦ରୁ ଅଧିକ ଖେଳାଳି, କୋଚ୍, ମ୍ୟାନେଜର, ଟିମ୍ ଅଫିସିଆଲ୍ ଓ ଟେକ୍ନିକାଲ୍ ଅଫିସିଆଲ୍ ଯୋଗଦେବେ ।
















