ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ତୁମୁଡ଼ିବନ୍ଧ ରେଞ୍ଜ ହରିପୁର ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ବେଳେ ବନ ବିଭାଗ ଚଢ଼ାଉ କରି ଘଟଣାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ ।

ଘଟଣା ସମ୍ପର୍କରେ ସୂଚନା ପାଇ ବନରକ୍ଷୀ ରୂପଶ୍ରୀ ଦିଗାଳ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କ ସହଯୋଗରେ ୩ ଜଣ ଅଭିଯୁକ୍ତ ମାଦାଗୁଡ଼ା ଗ୍ରାମର ସାଜି ମଲ୍ଲିକ, ମିନାକ୍ଷୀ ମଲ୍ଲିକ ଓ ତିମାସ୍ ମଲ୍ଲିକ ହୋଇଥିବା ବେଳେ ଘଟଣାସ୍ଥଳରୁ ୨୯ ଟି ମୁଲ୍ୟବାନ ଗଛର ଗଣ୍ଡିକୁ ମଧ୍ୟ ଜବତ କରିଛି ବନବିଭାଗ ।















