No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କାଶ୍ମୀର ପୂଲ୍ ୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ୪୦ ଜଣ ଜଵାନ ସହିଦ୍ ହୋଇଥିଲେ । ଏହି ଅବସରରେ ସ୍ୱଛାସେବୀ ସଙ୍ଗଠନ “ଆମ ଅଧିକାର” ପକ୍ଷରୁ ଆଜି ସହିଦ୍ ଅମର ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୭ମ ବାର୍ଷିକ ଶ୍ରାଦ୍ଧ ଦିବସ, ପିଣ୍ଡ ଦାନ, ଶ୍ରଦ୍ଧାଞ୍ଜଳୀ, ରକ୍ତଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ଅନ୍ତର୍ଗତ କଣ୍ଟାପଡ଼ା ବ୍ଲକର ରାଜବିଦ୍ୟା କେନ୍ଦ୍ର ରବିନାରାୟଣ ନଗର ସାଇଲୋ ବଡବିଲ ଠାରେ ଆଜି ଆୟୋଜିତ ଏହି ୭ମ ବାର୍ଷିକ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଏକ ଶହରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସେନା ଯବାନ ଯୋଗ ଦେଇ ବୀରଗତି ପ୍ରାପ୍ତ ଯବାନମାନଙ୍କ ସ୍ମୃତିଚାରଣ କରିବା ସହ ଦୀପଦାନ, ଶ୍ରାଦ୍ଧ,ପିଣ୍ଡଦାନ,

ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଭାରତୀୟ ସେନାର ସାହସିକ ସଂକଳ୍ପ ସଂପର୍କରେ ସୂଚନା ଦେଇଥିଲେ । “ଆମ ଅଧିକାର”ର ସଭାପତି ପ୍ରଦୀପ କୁମାର ସାହୁ ଏହି ଦେଶାତ୍ମକ ବୋଧକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅବସରପ୍ରାପ୍ତ ସେନା ଯବାନ ସୁରେନ୍ଦ୍ର ମହାନ୍ତି, ଶ୍ରଦ୍ଧା ନନ୍ଦ ଦାସ, ଯତୀନ କୁମାର ନାୟକ, ରାଣା ପ୍ରତାପ ରାୟ,ପ୍ରମୁଖଙ୍କ ସମେତ ବହୁ ଅବସରପ୍ରାପ୍ତ ସେନା ଯବାନ , ଏବଂ ସମାଜସେବୀ ରମାକାନ୍ତ ସ୍ୱାଇଁ, ନୌସେନାର ବୀରନାରୀ ମିନା କୁମାରୀ ସହିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଆମ ଅଧିକାର ପକ୍ଷରୁ ନିର୍ମାଣଧିନ ଏକ ବିଶାଳ ସ୍ମୃତି ସ୍ତମ୍ବ କାର୍ଯ୍ୟ ଆଗେଇ ଚାଲିଥିବାରୁ ଅନୁଷ୍ଠାନର ଏଭଳି ପ୍ରଶଂସନୀୟ କାର୍ଯ୍ୟକୁ ଉପସ୍ଥିତ ଅବସରପ୍ରାପ୍ତ ସେନା ଯବାନମାନେ ଉଚ୍ଚ ପ୍ରଶଂସା କରିଥିଲେ । ସହିଦ୍ଙ୍କଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ କଟକ ରେଡକ୍ରସ ରକ୍ତଭଣ୍ଡାରର ଡାକ୍ତର ଅଭିଷେକ ଶତପଥୀ,

ବ୍ଲଡ଼ ବ୍ୟାଙ୍କର ଲବୋରେଟରୀ ଆସିଷ୍ଟାଣ୍ଟ ପ୍ରସନ୍ନ କୁମାର ସ୍ବାଇଁଙ୍କ ସମେତ ବହୁ କର୍ମଚାରି ଯୋଗ ଦେଇ ସ୍ଵଚ୍ଛାକୃତ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଉତ୍ସବରେ ଅନୁଷ୍ଠାନର ସଂପାଦକ ପ୍ରମୋଦ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏକ ବିରାଟ ଶୋଭା ଯାତ୍ରାରେ ବୀର ଶହୀଦ ଅମର ରହୁ ବୋଲି ନାରାବାଜି ଦେଇଥିଲେ । ଆଉ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଉପସ୍ଥିତ ଥିବା ଯବାନ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

No Result
View All Result