ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର,ବୁଧବାର ) ଭୁବନେଶ୍ବର :– ସଂଚୟକାରୀଙ୍କ ସଂଚୟକୁ ନେଇ ବ୍ୟାଙ୍କ ପରିଚାଳିତ ହେବା ସହିତ ଋଣ ପ୍ରଦାନ କରିଥାଏ । ତେଣୁ ଯେଉଁମାନେ ନିଜ ପେଟରୁ କାଟି ସୁନ୍ଦର ଭବିଷ୍ୟତ ପାଇଁ କିମ୍ବା ନିଜର ସନ୍ତାନସନ୍ତତିଙ୍କ ଆବଶ୍ୟକ ବେଳେ ଖର୍ଚ୍ଚ ପାଇଁ ବ୍ୟାଙ୍କ ଏକ ସୁରକ୍ଷିତ ସ୍ଥାନ ଭାବେ ସଂଚୟ କରୁଛନ୍ତି, ସେମାନଙ୍କ ସଂଚୟ ସୁରକ୍ଷିତ ରଖିବା ପାଇଁ ଯେତେ ଶକ୍ତ ନିୟମ ଆସିବା ଆବଶ୍ୟକ ତାହା ଆସୁ ବୋଲି ବ୍ୟାଙ୍କିଂ ରେଗୁଲେସନ(ସଂଶୋଧନ) ବିଲ୍ ଆଲୋଚନା ବେଳେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଚବ ନିଜ ମତ ରଖିଛନ୍ତି । ସେ କହିଥିଲେ, ଏହି ବ୍ୟାଙ୍କିଂ ରେଗୁଲେସନ(ସଂଶୋଧନ) ବିଲ୍ ବହୁତ ଗୁରୁତ୍ବପୂର୍ଣ୍ଣ । ଏହା ବିଲ୍ ସାଧାରଣ ଲୋକଙ୍କ ସ୍ବପ୍ନ ସହିତ ଯୋଡି ହୋଇଛି । ଗତ କିଛିଦିନ ପୂର୍ବରୁ ଯେଭଳି ୟେସ୍ ବ୍ୟାଙ୍କ ଏବଂ ପିଏମ୍ସି ବ୍ୟାଙ୍କ ଭୁଶୁଡିଯାଇଥିଲା । ୟୋସ୍ ବ୍ୟାଙ୍କ ଭୁଶୁଡି ଯିବାର ମାତ୍ର ୧୩ ଦିନ ମଧ୍ୟରେ କିଭଳି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏହାକୁ ପୁର୍ବ ସ୍ଥ୍ତିକୁ ନେଇ ଆସିଲେ ଏବଂ ସମସ୍ତ ସଂଚୟକାରୀଙ୍କ ଜମା ସୁରକ୍ଷିତ ରହିଲା ତାହା ବେଶ୍ ଗୁରୁତ୍ବପୂର୍ଣ୍ଣ ।
ବ୍ୟାଙ୍କ ମ୍ୟାନେଜମେଣ୍ଟ ବଦଳାଇବା ସହିତ ଅପରାଧିକ ମାମଲା ରୁଜୁ କରିବା ସହିତ ଜମାକାରୀଙ୍କ ପାଇଁ ଏକ ରିକଷ୍ଟ୍ରକସନ ସ୍କିମ ଅଣାଗଲ । ଯେଉଁଥିପାଇଁ ଲକ୍ଷାଧିକ ଜମାକାରୀଙ୍କ ଅର୍ଥ ସୁରକ୍ଷିତ ରହିବାକୁ ସମର୍ଥ ହେଲା । ଠିକ୍ ସେହିଭଳି ଢ଼ଙ୍ଗରେ ପିଏମ୍ସି ବ୍ୟାଙ୍କ ଅବସ୍ଥା ମଧ୍ୟ ହୋଇଥିଲା । ଏହା ଏକ ସମବାୟ ବ୍ୟାଙ୍କ ଥିଲା । ତେଣୁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା ସତ୍ତ୍ବେ ଏହି ବ୍ୟାଙ୍କ ପାଇଁ ରିକଷ୍ଟ୍ରକସନ ସ୍କିମ ଆଣି ପାରିଲେ ନାହିଁ । ନିୟମ କାନୁନ୍ରେ କିଛି ଅବହେଳା କାରଣରୁ ଏଭଳି ରିକଷ୍ଟ୍ରକସନ ସ୍କିମ ଲାଗୁ ହୋଇ ନ ପାରିବାରୁ ଲକ୍ଷ ଲକ୍ଷ ଜମାକାରୀ କ୍ଷତିଗ୍ରସ୍ତ ହୋଇଥିଲେ । ତେଣୁ ବର୍ତ୍ତମାନ କୌଣସି ବ୍ୟାଙ୍କରେ ଟଙ୍କା ରଖୁଥିବା ଜମାକାରୀଙ୍କ ସଂଚୟ ସୁରକ୍ଷା ପାଇଁ ଯେତେ ଶକ୍ତିଶାଳୀ ଆଇନ ପାରିତ ହେବା କଥା ତାହା ହେବା ଉଚିତ ବୋଲି ଶ୍ରୀ ବୈଷ୍ଣବ କହିଥିଲେ ।
ଏହି ବ୍ୟାଙ୍କିଂ ରେଗୁଲେସନ(ସଂଶୋଧନ) ବିଲ୍ ଆଲୋଚନା ବେଳେ ସେ କହିଛନ୍ତି , ଭାରତୀୟ କୃଷକଙ୍କ ସହିତ ସମବାୟ ବ୍ୟାଙ୍କର ନିବିଡ଼ ସଂପର୍କ । ସମବାୟ ବ୍ୟାଙ୍କ ସବୁବେଳେ ଗଣତାନ୍ତ୍ରିକ ପଦ୍ଧତିରେ ପରିଚାଳିତ ହୋଇଥାଏ । ମାତ୍ର ଦୁଃଖର କଥା ଏହି ବିଲ୍ ଆସିବା ଦ୍ବାରା ରାଜ୍ୟର ଅଧିକାର କ୍ଷୁର୍ଣ୍ଣ ହେବ ବୋଲି ଅନେକ ଅପପ୍ରଚାର କରୁଛନ୍ତି । ଯାହାକି ସଂପୂର୍ଣ୍ଣ ମିଥ୍ୟା। କାରଣ କେନ୍ଦ୍ର ସରକାର ସବୁବେଳେ ସଂଘୀୟ ସମବାୟ ବା କୋ-ଅପରେଟିଭ ଫେଡେରାଲିଜିମ୍ରେ ବିଶ୍ବାସ ରଖନ୍ତି । ତେଣୁ ଏହି ବିଲ୍ ଦ୍ବାରା ସମବାୟ ବ୍ୟାଙ୍କର କୌଣସି ମୂଳ ପଦ୍ଧତିରେ କ୍ଷତି ପହଞ୍ଚିବନି ବୋଲି ଶ୍ରୀ ବୈଷ୍ଜବ ଆଲୋଚନା ବେଳେ କହିଥିଲେ ।