ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଏକାମ୍ର ୱାକ୍ସ ଏହାର ଓଡ଼ିଆ ଫିଲ୍ମ ପାନୋରାମା ପ୍ରୟାସର ଅଂଶ ଭାବରେ ଭୁବନେଶ୍ୱରରେ ଏକ ଐତିହାସିକ ସାଂସ୍କୃତିକ ସନ୍ଧ୍ୟା ଆୟୋଜନ କରିବାକୁ ଯାଉଛି ,ଯେଉଁଥିରେ ୧୯୭୫ ମସିହାରେ ମୁକ୍ତି ପାଇଥିବା କ୍ଲାସିକ୍ ଓଡ଼ିଆ ଫିଲ୍ମ ‘ଯାଯାବର’ର ୫୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଉପସ୍ଥାପନ କରାଯିବ । ଏହି କାର୍ଯ୍ୟକ୍ରମର ଐତିହାସିକ ଗୁରୁତ୍ୱ ରହିଛି କାରଣ ଦର୍ଶକମାନେ ଏହି ପ୍ରସିଦ୍ଧ କଳା-ଧଳା ଫିଲ୍ମର ରଙ୍ଗୀନ ସଂସ୍କରଣ ଦେଖିବାକୁ ପାଇବେ। ଏହା କଳାଭୂମିର ଓପନ୍-ଏୟାର ଥିଏଟରରେ ପ୍ରଦର୍ଶିତ ହେବ ।

ଏକାମ୍ର ଓ୍ବାକ୍ସ ହେଉଛି ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଅଧୀନରେ ଥିବା ଏକ ପ୍ରମୁଖ କାର୍ଯ୍ୟକ୍ରମ । 'ଯାଯାବର' ଓଡ଼ିଆ ସିନେମାରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଛି ଏବଂ ଏହା କେବଳ ଏକ ଚଳଚ୍ଚିତ୍ର ନୁହେଁ-ଏହା ଓଡ଼ିଆ ସଂସ୍କୃତିର ଏକ ବଡ଼ ଚିହ୍ନ ଭାବରେ ଦେଖାଯାଏ। ଏହା ଏକ ପିଢ଼ି ପରେ ଆଉଏକ ପିଢ଼ିକୁ ପ୍ରଭାବିତ କରି ଚାଲିଛି। ଏହି ସ୍କ୍ରିନିଙ୍ଗ୍ କେବଳ ଫିଲ୍ମର ଚିରସ୍ଥାୟୀ ଐତିହ୍ୟକୁ ସ୍ମରଣ କରାଉନାହିଁ, ବରଂ ସମକାଳୀନ ଦର୍ଶକଙ୍କ ପାଇଁ ଫିଲ୍ମକୁ ପୁନର୍ଜୀବିତ କରିଥିବା ଅସାଧାରଣ ପୁନରୁଦ୍ଧାର ପ୍ରୟାସକୁ ମଧ୍ୟ ସମ୍ମାନ ଜଣାଉଛି।

ରଙ୍ଗୀନ ସଂସ୍କରଣଟି ଶ୍ରୀ ବାପୁ ଲେଙ୍କାଙ୍କ ନେତୃତ୍ୱାଧୀନ ଏକ ବିସ୍ତୃତ ସଂରକ୍ଷଣ ଓ ପୁନରୁଦ୍ଧାର ପ୍ରକଳ୍ପର ଫଳସ୍ୱରୂପ। ୨୧ ଜଣ ଟେକ୍ନୋକ୍ରାଟଙ୍କ ଦଳ ୭୩୬ ଦିନ ଧରି ଅକ୍ଳାନ୍ତ ପରିଶ୍ରମ କରି ମୂଳ ଫିଲ୍ମର ୨,୧୯,୦୦୦ ଫ୍ରେମ୍କୁ ପୁନର୍ନିର୍ମାଣ ଓ ରଙ୍ଗୀନ କରିଛନ୍ତି। ଏହି ବିଶାଳ ପ୍ରୟାସ ଭାରତୀୟ ଆଞ୍ଚଳିକ ସିନେମାରେ ଇତିହାସ ସୃଷ୍ଟି କରିଛି-ଦେଶର ପ୍ରଥମ କଳା-ଧଳା ଆଞ୍ଚଳିକ ଫିଲ୍ମ ଭାବରେ ଯାଯାବରକୁ ରଙ୍ଗୀନ କରାଯାଇଛି ।

ଏହା ଟେକ୍ନିକାଲ୍ ଉତ୍କର୍ଷତା ଓ ସାଂସ୍କୃତିକ ନିଷ୍ଠାର ପ୍ରତୀକ । ସନ୍ଧ୍ୟାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏହାର ପ୍ରମୁଖ କଳାକାର ଅଭିନେତ୍ରୀ ବନଜା ମହାନ୍ତି ଓ ତ୍ରିପୁରା ମିଶ୍ର, ଗାୟିକା ଗୀତା ପଟ୍ଟନାୟକ ଓ ତ୍ରୁପ୍ତି ଦାସ, ବାପୁ ଲେଙ୍କା, ପ୍ରଯୋଜକ ବିଜୟ ପଟ୍ଟନାୟକ ଏବଂ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଓ କ୍ରୁ ସଦସ୍ୟ ଉପସ୍ଥିତ ରହିବେ ।

ଏହା ଦର୍ଶକଙ୍କୁ ନିଆରା ଅନୁଭୂତି ଓ ପରସ୍ପର ଆଲୋଚନାର କରିବାର ସୁଯୋଗ ଦେବ । ସ୍କ୍ରିନିଙ୍ଗ୍ ରବିବାର, ୮ ଫେବୃଆରୀ ଅପରାହ୍ଣ ୫:୩୦ଟାରେ କଳାଭୂମି ଓପନ୍ ଏୟାର ଅଡିଟୋରିୟମ୍ରେ ହେବ। ଏହାର ପୂର୍ବରୁ ଅପରାହ୍ଣ ୨ଟାରେ ଓଡ଼ିଆ ସାହିତ୍ୟ ଟ୍ରେଲ୍ ଅନ୍ତର୍ଗତ ସଖୀ କଣ୍ଢେଇ ନାଚ ଓ କୁଲଫି ଉପରେ ଗପ ସେସନ୍ ଦିନଟିକୁ ଆହୁରି ସାଂସ୍କୃତିକ ଉତ୍ସବମୁଖର କରିବ ।