No Result
View All Result
ନୟାଗଡ଼ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ଦଶପଲା ସ୍ଥିତ ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟ,ଘୁଗୁଡିପଡା ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଆନୁକୁଲ୍ୟରେ ଶ୍ରମିକଙ୍କ ସମସ୍ୟା ସମାଧାନ ଉପରେ ଏକ ଆଇନ ସଚେତନତା ଶିବିର ପାଳନ ହୋଇଯାଇଅଛି ।
ସର୍ବପ୍ରଥମେ ବିଦ୍ୟାଳୟର ଶିକ୍ଷକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଶିବିର ଉଦ୍ଘାଟନ କରି ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଉପରୋକ୍ତ ସମସ୍ୟା ଓ ଆଇନଗତ ସହାୟତା ପାଇବା ପାଇଁ ସଠିକ ଦିଗ୍ଦର୍ଶନ ଦେଇଥିଲେ ।ସମ୍ମାନୀତ ଅତିଥି ରୂପେ ବରିଷ୍ଠ ଆଇନଜୀବି ଶ୍ରୀ ରମେଶ ଚନ୍ଦ୍ର ମହାରଣା,
ଶ୍ରୀ ଉଲ୍ଲାସ ଚନ୍ଦ୍ର ମହାନ୍ତି, ଅବସର ପ୍ରାପ୍ତ ସଖା ପରିଚାଳକ, ଆନ୍ଧ୍ରା ବ୍ୟାଙ୍କ, ମାଛିପଡା, ଶ୍ରୀମତୀ ସବିତା ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ, କନସିଲେଟର କ୍ଷଣପ୍ରଭା କର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଅତିଥି ମାନଙ୍କ ଦ୍ବାରା ପିଲାମାନକୁ ସ୍କୁଲ ବ୍ୟାଗ ଯୋଗାଇ ଦିଆଯାଇଥିଲା ।
ପରିଶେଷରେ ସ୍କୁଲର ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯକ୍ରମକୁ ସଫଳୀକୃତ କରିବା ପାଇଁ ସ୍କୁଲର ଛାତ୍ରଛାତ୍ରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ, ଧିକାରମିତ୍ର ଏବଂ ସାମ୍ବାଦିକ ମାନେ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।

No Result
View All Result