କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଏଣିକି ପୋଲିସ ମନ ଇଚ୍ଛା ଗିରଫ କରିପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ୭ ବର୍ଷରୁ କମ୍ ସଜା ଥିବା ମାମଲାରେ ଗିରଫଦାରୀ ସହଜ ହେବନି । ବିନା କାରଣରେ ଏବଂ ବେଆଇନ ଗିରଫଦାରୀକୁ ରୋକିବା ପାଇଁ ଭାରତର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଯେଉଁ ଅପରାଧ ପାଇଁ ୭ ବର୍ଷ କିମ୍ବା ତା’ଠାରୁ କମ୍ ଜେଲ୍ ଦଣ୍ଡର ପ୍ରାବଧାନ ଅଛି, ସେହି କ୍ଷେତ୍ରରେ ଅଭିଯୁକ୍ତଙ୍କୁ ସିଧାସଳଖ ଗିରଫ କରାଯାଇପାରିବ ନାହିଁ ।















