ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ୱରସ୍ଥିତ ସିଏସଆଇଆର-ଇନଷ୍ଟିଚ୍ୟୁଟ ଅଫ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ସିଏସଆଇଆର-ଆଇଏମଏମଟି) ପକ୍ଷରୁ ‘ଗଭୀର ସମୁଦ୍ର ଶଯ୍ୟାରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ’ ଶୀର୍ଷକ ଉପରେ ସିଏସଆଇଆର-ଆଇଏମଏମଟି ‘ଇନଷ୍ଟିଚ୍ୟୁଟ୍ ଲେକ୍ଚର ଅଫ୍ ଏମିନେନ୍ସ’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତର ବିକାଶ ଓ ସଂସାଧନ ସୁରକ୍ଷାରେ ପୃଥିବୀ ଏବଂ ମହାସାଗର ବିଜ୍ଞାନର ରଣନୈତିକ ଭୂମିକା ଉପରେ ଆଲୋକପାତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଡ. ଏମ. ରବିଚନ୍ଦ୍ରନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରାଳୟ (ଏମଓଇଏସ) ବୈଜ୍ଞାନିକ-ଜି ଡ. ବିଜୟ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡ. ଆର. ରାମାନୁଜ ନାରାୟଣ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବୈଜ୍ଞାନିକ ତଥା ବ୍ୟବସାୟ ବିକାଶ ମୁଖ୍ୟ ଡ. କାଳୀ ସଞ୍ଜୟ ଏହାକୁ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ଡକ୍ଟର ଏମ୍. ରବିଚନ୍ଦ୍ରନ ‘ଭାରତର ଅଭିବୃଦ୍ଧି, ସମୃଦ୍ଧି ଏବଂ ନିରାପତ୍ତାରେ ଭୂବିଜ୍ଞାନର ଭୂମିକା’ ଶୀର୍ଷକ ଉପରେ ଇନଷ୍ଟିଚ୍ୟୁଟ୍ ଲେକ୍ଚର ଅଫ୍ ଏମିନେନ୍ସ ପ୍ରଦାନ କରିଥିଲେ।ଏଥିସହ ସେ ଜାତୀୟ ପ୍ରାଥମିକତା, ସ୍ଥାୟୀ ବିକାଶ ଏବଂ ରଣନୈତିକ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ଭୂ-ପ୍ରଣାଳୀ ବିଜ୍ଞାନ ପ୍ରଣାଳୀ ର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ।















