No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୂର୍ବାହ୍ନରେ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟିକୁ ଏକ ବାର ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କଲା କଳିଙ୍ଗ ସେନା । ଓଡିଆ ଯୁବକମାନେ ସହଜ ଓ ସରଳ ଉପାୟରେ କିଭଳି ଋଣ ପାଇପାରିବେ ସେ ସମ୍ପର୍କରେ ଦାବିପତ୍ର ପ୍ରଦାନ କରିବା ସହ ବ୍ୟାଙ୍କମାନେ ଓଡିଶାରୁ ପାଞ୍ଚ ବର୍ଷରେ ୩୦ ଲକ୍ଷ କୋଟି ଟଙ୍କା ଜମା ସଂଗ୍ରହ କରିଛନ୍ତି ବୋଲି ସେନା ସୁପି୍ରମୋ ହେମନ୍ତ ରଥ କହିଛନ୍ତି ।

ଦାବିପତ୍ରରେ ଦଳ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ଓଡିଶାରୁ ଜମା ଅନୁପାତରେ ବେକାର ଯୁବକ ଯୁବତୀଙ୍କୁ ଋଣ ଦିଆଯାଉନାହିିଁ । ପ୍ରତି ପଞ୍ଚାୟତର ୧୦୦ଜଣଙ୍କୁ ଋଣ ପ୍ରଦାନ, ବିନା ବନ୍ଧକ ଏବଂ ବିନା ଆଇଟିଆରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇବାକୁ , ଜମା ସଂଗ୍ରହ ଓ ଋଣ ଯୋଗାଣ ଉପରେ ପଞ୍ଚାୟତୱାରୀ ଶ୍ୱେତପତ୍ର ପ୍ରକାଶ କରିବା, ଓଡିଶା ଜମାକୁ ଅନ୍ୟ ରାଜ୍ୟରେ ନଖଟାଇବା, ଶିଳ୍ପ ନାମରେ ଟଙ୍କା ନେଇ ଶିଳ୍ପ ବନ୍ଦ କାରି ଚାଲି ଯାଇଥିବା ଶିଳ୍ପପତିଙ୍କ ନାମରେ ଏତଲା ଦେବା,
କୃଷି ଋଣ ଅଧିକ ପରିମାଣରେ ପ୍ରଦାନ କରିବା, ସମସ୍ତ ଋଣ ପାଇଁ ଯୁବକ ଯୁବତୀମାନେ କିଭଳି ସହଜରେ ଓ ସରଳ ଭାବେ ଋଣ ପାଇବେ ବ୍ୟାଙ୍କ ସେଥିପାଇଁ ବ୍ୟବସ୍ଥା କରିବା ଏବଂ ଗତ ୫ବର୍ଷ ମଧ୍ୟରେ ରାଜ୍ୟର କେଉଁ ବ୍ୟାଙ୍କ କେଉଁ ଜିଲ୍ଲାର କେତେ ଯୁବକ ଯୁବତୀଙ୍କୁ ଋଣ ପ୍ରଦାନ କରିଛନ୍ତି ତାହା ଉପରେ ବ୍ୟାଙ୍କର୍ସ କମିଟ ଏକ ଶ୍ୱେତପତ୍ର ଜାରି କରିବା ଏଥି ସହିତ ଓଡିଶାରୁ ସଂଗ୍ରହ ପୁଞ୍ଜି କେଉଁ କେଉଁ ରାଜ୍ୟରେ ଖଟାଯାଉଛି ରାଜ୍ୟବାସୀଙ୍କୁ ତାହା ବ୍ୟାଙ୍କର୍ସ କମିଟ ଜଣାଇବା ସହିତ ସରକାରୀ ସ୍କିମ ମୁଦ୍ରା ଯୋଜନା ସମେତ ବିନା ବନ୍ଧକରେ ଋଣ ପ୍ରଦାନ କରିବାକୁ ଦାବିପତ୍ର ପ୍ରଦାନ କରରାଯାଇଥିଲା ।

ଏଥିରେ ଦଳ ପକ୍ଷରୁ ଉପ ସଭାପତି ସବ୍ୟସାଚି ମହାପାତ୍ର, ତୁଳସୀ ନାରାୟଣ ଦାସ, ଅବଦୁଲ କୟୁମ ଖାନ, ସାଧାରଣ ସମ୍ପାଦକ ବିଜୟ ରାଜ, ଅମୁଲ୍ୟ ନାୟକ, ସୁମନ୍ତ ସ୍ୱାଇଁ, ରାଧାମୋହନ ପଟ୍ଟନାୟକ, ଅଶୋକ ସାହୁ, ମଧୁସୁଦନ ସାହୁ ଏବଂ ନାରୀ ନେତ୍ରୀ ମୋନାଲିଶା ବିଶ୍ୱାଳ ପ୍ରମୁଖ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ୟୁକୋ ବ୍ୟାଙ୍କରେ ଥିବା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟରେ ବାର ଦଫା ଦାବି ପ୍ରଦାନ କରିଥିଲେ ।

No Result
View All Result