ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଣପୁର ମଣ୍ଡଳର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନାଚୁଣୀ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ସଂସଦର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସାହିତ୍ୟ ସଂସଦର ସଭାପତି ଅଧ୍ୟାପକ ସୁନୀଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ବତ ଉତ୍ସବରେ ବିଶିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବାଚକ କଣାସ ମହାବିଦ୍ୟାଳୟର ଇଂରାଜୀଭାଷାତତ୍ଵ ବିଭାଗର ଅଧ୍ୟାପକ ଡ଼ଃ ଗୁରୁପ୍ରସାଦ ମହାପାତ୍ର ମୁଖ୍ୟବକ୍ତା,

ଖଲି କୋଟ ରାମଚ଼ନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆଭାଷାତତ୍ଵ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ଼ଃ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ବିଶିଷ୍ଟ ଅତିଥି, ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦଦାସ, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇମାତୃଭାଷା ଓଡ଼ିଆଭାଷା ସାହିତ୍ୟର ବର୍ତ୍ତମାନ ଉତ୍ତରଣ ରେ ପୁଣି ଭାଷା ସାହିତ୍ୟ ଉନ୍ନତି ସାଧନ ସହିତ ଓଡ଼ିଆ ଅସ୍ମିତାର ପରିଚୟ ଓଡ଼ିଆ ଭାଷା ଓ କୋଟି ଓଡ଼ିଆର ପ୍ରାଣ ପ୍ରଭୁଶ୍ରୀଜଗନ୍ନାଥଙ୍କୁ ସମନ୍ବୟ କରି କିପରି ବର୍ତ୍ତମାନ ଆଗକୁ ବଢ଼ିବାକୁ ହେବ’
ଏବଂ ଯୁବପୀଢ଼ିଙ୍କ ମନରେ ଓଡ଼ିଆଭାଷା ସାହିତ୍ୟପ୍ରତି କିପରି ଆଗ୍ରହ ସୃଷ୍ଟି ହେବ ସେଥିପ୍ରତି ଧାନ ଦେବାକୁ, ବ୍ୟକ୍ତବ୍ୟ ରଖିଥିଲେ । ଡ଼ିଜିଟାଲ ଯୁଗରେ ଯୁବବର୍ଗକିପରି ଓଡ଼ିଆ କବିତା, ଗଳ୍ପ, ନାଟକ ଉପନ୍ୟାସ ପଠନ ମନସ୍କ ହୋଇ ରଚନା କରିବାର ଦକ୍ଷତା ଅର୍ଜନ କରିବେ ସେଥିପ୍ରତି ସୁଯୋଗ ସୃଷ୍ଟି କରିପାରିଲେ ମାତୃଭାଷା ଓଡ଼ିଆଭାଷା ସାହିତ୍ୟର ଉନ୍ନତି ସାଧନ ହୋଇ ପାରିବ ବୋଲି ବ୍ୟକ୍ତବ୍ୟ ରଖି ବାଣୀକ୍ଷେତ୍ର ବାଣପୁରର ସାରସ୍ଵତ ସାଧକମାନଙ୍କ ଓଡ଼ିଆସାହିତ୍ୟ ଭଣ୍ଡାରକୁ ଅବଦାନ ସଂପର୍କରେ ଦିକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ ।

ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ସାରସ୍ଵତ ସାଧକ ପଣ୍ଡିତ ଶ୍ରୀଯୁକ୍ତ ମହେଶ୍ୱର ଦାଶଶର୍ମା ଓ କବି ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କୁ ଯଥାକ୍ରମେ କବି ଲକ୍ଷ୍ମୀଧର ଭୋଳସ୍କୃତି ସମ୍ମାନ ଏବଂ ଆଞ୍ଚଳିକ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା I ସଂସଦର ଉପସଭାପତି ଓଡ଼ିଆ ଭାଷାତତ୍ତ୍ଵ ବିଭାଗର ପ୍ରମୁଖ ଅଧ୍ୟାପକ ପ୍ରଦୀପକୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ରାଜଲକ୍ଷ୍ମୀ ବେହେରା ମାନପତ୍ର ପାଠ କରିଥିଲେ ।















