ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍ଥାନୀୟ ନୀଳମାଧବ ହୋଟେଲ ଠାରେ ପୂଜ୍ୟପୂଜା କମିଟି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି । ମଧୁ ବାବୁ କିଭଳି ଓଡିଆ ଜାତି ପାଇଁ ସମର୍ପିତ ଥିଲେ ଏପରିକି ଓଡିଆ ଜାତି ପ୍ରାଣ ଥିଲେ ସେ ସମ୍ପର୍କରେ ଉପସ୍ଥିତ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଧୁ ବାବୁଙ୍କ ରଚିତ ଓଡିଆ ସ୍ବାର୍ଥ ସୁରକ୍ଷା ସମ୍ପର୍କିତ ପଦାବଳି ଗାନ କରା ଯାଇଥିଲା ।















