ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମହାମହିମ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ବିଦାୟ ଭେଟି ସ୍ୱରୂପ ପ୍ରଦାନ କରିଛି ସୁନାବେଶର ପଟ୍ଟଚିତ୍ର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏହି ପଟ୍ଟଚିତ୍ର ପ୍ରଦାନ କରିଥିଲେ। ପୁରୀ ପଟ୍ଟଚିତ୍ର ସେଣ୍ଟରର ସ୍ୱନାମଧନ୍ୟ ପଟ୍ଟଚିତ୍ର ଗୁରୁ ପଙ୍କଜ ବେହେରା ଏହାକୁ ପ୍ରସ୍ତୁତ କରିଥିଲେ। ଏହି ପଟ୍ଟଚିତ୍ର ତିଆରି ସମ୍ପର୍କରେ ଗୁରୁ ପଙ୍କଜ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ୫ ଜଣ ରାଷ୍ଟ୍ରପତି ତାଙ୍କ ଦ୍ୱାରା ନିର୍ମିତ ପଟ୍ଟଚିତ୍ର ଶ୍ରୀମନ୍ଦିର ପ୍ରଶାସନ ମାଧ୍ୟମରେ ଗ୍ରହଣ କରିଛନ୍ତି।















