No Result
View All Result
ଟାଙ୍ଗା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡି ଏ ଭି ମହାବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ କ୍ଷେତ୍ରବାସୀ ରାଉତରାୟ ଙ୍କ ୧୩୧ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଅଛି l Absolutely ରାଉତରାୟ ବଗିଚା ସ୍ଥିତ ତାଙ୍କ ସମାଧି ପୀଠ ଠାରେ କ୍ଷେତ୍ରବାସୀ ରାଉତରାୟ ସ୍ମୃତି ସାଂସଦ ଆବାହକ ତଥା ଇସ୍ୱାର୍ଡ ସମ୍ପାଦକ ମୃତୁଞ୍ଜୟ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l

ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମ ରେ କ୍ଷେତ୍ରବାସୀ ଡି ଏ ଭି ମହାବିଦ୍ୟାଳୟ ର ଅଧକ୍ଷ ରିଡର ଧୀରେନ୍ଦ୍ର ରାଉତରାୟ ଙ୍କ ସମେତ ଅଧ୍ୟାପକ ଅଧ୍ୟlପିକା ଗଣ, କେ ବି ଏକାଡେମୀ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଗଣ, ଅଂଚଳର ବୁଦ୍ଧିଜୀବୀ, ଶିକ୍ଷାବିତ, ଓମ ଶାନ୍ତି ଅନୁଷ୍ଠାନ ର କର୍ମକର୍ତ୍ତା, ଅଂଚଳ ର ସାମ୍ବାଦିକ,ମହିଳା, ଯୁବଗୋଷ୍ଠି ଓ ଛାତଛାତ୍ରୀ ଯୋଗ ଦେଇଥିଲେ l ସମାଧିସ୍ଥଳରେ ପ୍ରଥମେ ନିରବ ପ୍ରାର୍ଥନl ସହ ସାମୁହିକ ଶ୍ରଦ୍ଧା ସୁମନ ଦିଆଯାଇଥିଲା l
ପରେ ଅବସରପ୍ରାପ୍ତ ଶିକ୍ଷାବିତ ତଥା ସମାଜସେବୀ ଶଙ୍କର୍ଷଣ ପ୍ରଧାନ ଙ୍କ ପରିଚାଳନା ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ନିରାକାରପୁର ରାମଦୟା ପରିଷଦ ଉପ ସଭାପତି ସତ୍ୟବାଦୀ ବଳବନ୍ତରାୟ,ଅଲ ଓଡିଶା ରିପୋର୍ଟରସ ଆସୋସିଏସନ ଖୋର୍ଦ୍ଧା ଜ଼ିଲ୍ଲା ସଭାପତି ଦୀପକ ପ୍ରଧାନ, ନିରାକାରପୁର ଓମ ଶାନ୍ତି ଭଉଣୀ,
ଶିକ୍ଷlବିତ କାମଳ ଲୋଚନ ପ୍ରଧାନ, ସମାଜସେବୀ ଅପର୍ତ୍ତି ଜେନା ପ୍ରମୁଖ ଯୋଗଦେଇ ନିରାକାରପୁର ଅଂଚଳ ପାଇଁ ଶିକ୍ଷା ର ଆଲୋକ ପ୍ରଦାନ କରିଥିବା ସ୍ବର୍ଗତ ରାଉତରାୟ ଅବଦାନ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସହଯୋଗ କରି ସଫଳତା ରୂପାୟନ ଦେଇଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ଆବାହକ ମୃତୁଞ୍ଜୟ ପ୍ରଧାନ ଧନ୍ୟବାଦ ଦେଇଥିଲେ l

No Result
View All Result