ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୂଆଗଡ ବ୍ଲକରେ ଓଡିଶା ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ମାଧ୍ୟମରେ ଚାଷୀଙ୍କ ଠାରୁ ମଣ୍ଡିରେ ମାଣ୍ଡିଆ କ୍ରୟ ନିମନ୍ତେ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପନୀ ଲିଃ. ତରଫରୁ ପରିମଳ ରେ ଶନିବାର ଦିନ , ଖଜୁରୀପଦାରେ ବୁଧବାର ଦିନ ଓ ବେତାରସିଂ ରେ ଗୁରୁବାରଦିନ ଜାନୁୟାରୀ ମାସ ଠାରୁ ମାର୍ଚ୍ଚ ମାସ ପଯ୍ୟନ୍ତ ମାଣ୍ଡିଆ କ୍ରୟ କରିବାର ବ୍ୟବସ୍ଥା ରହିଛି ତେଣୁ ଆଜି ନୂଆଗଡ ବ୍ଲକ ର ବେତାରସିଂ ଗ୍ରାମରେ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନ ମୁଖ୍ୟ ଅତିଥି ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ . ପ୍ରକାଶ ରାଓ ସମ୍ମାନିୟ ଅତିଥି ଭାବେ ଉପସ୍ଥିତ ରହି ମାଣ୍ଡିଆ ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ .















