ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର,ବୁଧବାର) ରଣପୁର /ରିପୋର୍ଟ ସୋନାଲି ମହାରଣା :– ରଣପୁର ନିର୍ବାଚନ ମଣ୍ଡଳୀ, ମହାମାରୀ କରୋନା ସମୟରେ ଆମର କିଛି ଯୋଦ୍ଧା ନିଷ୍ଠା ର ସହିତ ଜନସେବାରେ ଲିପ୍ତ ରହି ଅହରହ କର୍ମରେ ନିୟୋଜିତ ରହିଥିବା ଯୋଦ୍ଧା ‘ଆମ ପାଇଁ ଗର୍ବ’ । ସେହିଭଳି କୋଭିଡି ଯୋଦ୍ଧା ମାନଙ୍କ ମନବଳ ଦୃଢ କରିବା ଏବଂ ଏହି ମହାମାରୀ ସମୟରେ ଲୋକ ଙ୍କ ପାଈଁ ସେବା ଯୋଗାଇ ଦେବାରେ ଆଗ୍ରହ ସୃଷ୍ଟି କରି ପାରିବ ବୋଲି ଆଶା ରଖି ସେବା ପ୍ରୟାସ ଫାଉଣ୍ଡେସନ ର ପ୍ରତିଷ୍ଠାତା ,ସମାଜ ସେବିକା ତଥା ରଣପୁର ନିର୍ବାଚନ ମଣ୍ଡଳୀର ଓଡ଼ଗାଁ ସାଂସଦ ପ୍ରତିନିଧି ଲିଙ୍କନ ସୁବୁଦ୍ଧି ଓ ତାଙ୍କ ସ୍ବେଚ୍ଛାସେବୀ ସଦସ୍ୟ ମାନେ ଏମିତି “କୋଭିଡ ଯୋଦ୍ଧା”ଙ୍କୁ ସମ୍ମାନିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ।
ପୁର୍ବରୁ ବି ଏହି ଫାଉଣ୍ଡେସନ ବାଲ୍ୟ ବିବାହ , ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ କରି ସାରା ରାଜ୍ୟରେ ଓ ନୟାଗଡ଼ ଜିଲ୍ଲାରେ ଏକ ଉଦାହରଣ ସୃଷ୍ଟି କରି ପାରିଛି ଆଉ ଆଜି ମଧ୍ୟ କୋଭିଡି ଯୋଦ୍ଧା ଙ୍କ ଅସୀମ ଆଗ୍ରହ ବୃଦ୍ଧି ଦିଗରେ ସହାୟକ ହୋଈଛି । ଗତ କାଲି ଦ୍ୱିତୀୟ ପର୍ଯ୍ୟାୟରେ ସେ ଓଡ଼ଗାଁ ଉପଖଣ୍ଡର ଶରଣକୂଳ ଥାନା ଆଇଆଇସି ବିମଳ ମଲ୍ଲିକ ଙ୍କ କାର୍ଯ୍ୟାଳୟ ଠାରେ ସମ୍ମନିତ କରିଥିଲେ , ଶରଣକୁଳ ଚିକିତ୍ସାଳୟ ର ମୁଖ୍ୟ ଡ଼ା. ସୁରେନ୍ଦ୍ର କୁମାର ଷଡଙ୍ଗୀ, ଡ଼ା ଅବିନାଶ ନାୟକ ଓ “ପ୍ରମେୟ” ଶରଣକୁଳ ର ଦୈନିକ ଖବରକାଗଜ ର
ସାମ୍ବାଦିକ ସତ୍ୟରଞ୍ଜନ ନାୟକ ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିଛନ୍ତି ଓ ରଣପୁର ବ୍ଲକ ଚାନ୍ଦପୁର ଜୋନ୍ ର କୋଭିଡି କେୟାର ରାପିଡ୍ ତ୍ୱରିତ ଟିମ ର ଡ଼ା. ବିଶ୍ୱଜିତ ମହାପାତ୍ର ଏବଂ “ନେତା” ଖବରକାଗଜ ସାମ୍ବାଦିକ ତଥା “ଓଡ଼ିଶା ତାଜା ନ୍ୟୁଜ୍ ” ର ସମ୍ପାଦକ ଅଭିମନ୍ୟୁ ମହାରଣା ଙ୍କୁ ସମ୍ମାନିତ କରିଥିଲେ । ଫାଉଣ୍ଡେସନ ର ପ୍ରତିଷ୍ଠାତା ସମାଜସେବିକା ଲିଙ୍କନ ସୁବୁଦ୍ଧି ଙ୍କ କହିବାନୁଯାୟି ପରବର୍ତ୍ତୀ ସମୟରେ ଏହି ଭଳି କରୋନା ବିପତ୍ତି କୁ ଆଦରି ଲୋକ ଙ୍କ ସେବାରେ ଉତ୍ସର୍ଗିକୃତ ଅନେକ ଯୋଦ୍ଧା ଙ୍କୁ ସେବା ପ୍ରୟାସ ଫାଉଣ୍ଡେସନ୍ ତରଫରୁ ସମ୍ମାନିତ କରିବା ପାଈଁ ଇଛା ରଖିଛି ।