ଉତ୍କଳ ମଣ୍ଡପ ରେ ପୁସ୍ତକ ଉନ୍ମୋଚନ ହେବ ଠିକ୍ ୬ ଘଟିକା ସମୟରେ l

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜନେତାମାନଙ୍କ ଲିଖିତ ବହି ସାଧାରଣତଃ ରାଜନୈତିକ ଓ ସାମାଜିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥାଏ। ସେହିଭଳି ଏକ ଚର୍ଚ୍ଚିତ ବହି ଆତ୍ମପ୍ରକାଶ କରିବାକୁ ଯାଉଛନ୍ତି ବରିଷ୍ଠ ରାଜନେତା, ବହୁବାର ବିଧାୟକ ଓ ମନ୍ତ୍ରୀ ଥିବା ସହ କବି, ସାହିତ୍ୟିକ ଓ ସମାଲୋଚକ ଡ. ଅରୁଣ ସାହୁ। ତାଙ୍କ ନୂତନ ବହିର ନାମ ‘ପୀଡା’। ଅନୁଭବ ଓ ଅନୁଭୂତିରେ ଭରିଥିବା ଏହି ବାସ୍ତବବାଦୀ କୃତି ସାମାଜିକ ପରିବର୍ତ୍ତନ ପାଇଁ ଚେତନା ଜାଗ୍ରତ କରିବ ବୋଲି ଲେଖକ କହିଛନ୍ତି। ରାଜନୈତିକ ମହଲରେ ଏହି ବହି କିଛି ଲୋକଙ୍କୁ ଅସୁବିଧାରେ ପକାଇପାରେ ବୋଲି ଚର୍ଚ୍ଚା ଚାଲିଛି।

ଛାତ୍ର ରାଜନୀତିରୁ ତାଙ୍କ ଯାତ୍ରା ଆରମ୍ଭ କରି ଦୀର୍ଘ ସମୟ ଧରି ବିଧାୟକ ଓ ମନ୍ତ୍ରୀ ପଦରେ ରହିଥିବା ଡ. ସାହୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ହାର ନମାନି ସଂଘର୍ଷ ମାଧ୍ୟମରେ ସଫଳତା ଅର୍ଜନ କରିଛନ୍ତି। ତାଙ୍କ ମନର ଯନ୍ତ୍ରଣା ଓ ଅନୁଭବକୁ ବହି ‘ପୀଡା’ ସ୍ପଷ୍ଟ କରିବ ବୋଲି କୁହାଯାଉଛି। ପୂର୍ବବର୍ଷ ମାନଙ୍କ ପରି ଏଥର ମଧ୍ୟ ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ ସହିତ ବହିର ଉନ୍ମୋଚନ କରାଯିବ। ଆସନ୍ତା ୨ ଫେବୃଆରୀ, ସୋମବାର, ସନ୍ଧ୍ୟା ୬ଟାରେ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପରେ ଆୟୋଜିତ ‘ଶୀତୁଆ ସନ୍ଧ୍ୟା’ କାର୍ଯ୍ୟକ୍ରମରେ ବହି "ପୀଡା" ର ଉନ୍ମୋଚନ ହେବ।

ସଙ୍ଗୀତ ଶାଖାର ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ. ଉତ୍ସବ ଚରଣ ଦାଶ, ପ୍ରସିଦ୍ଧ ଛଉ ନୃତ୍ୟଗୁରୁ ଉପସ୍ଥିତ ରହିବେ । ସାହିତ୍ୟ ସତ୍ରର ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଶ୍ରୀ ମନୋରଞ୍ଜନ ସାହୁ ଯୋଗ ଦେବେ । କାର୍ଯ୍ୟକ୍ରମର ଆରମ୍ଭ ସମୟ ପୂର୍ବବତ୍ ସନ୍ଧ୍ୟା ୬ଟା ରଖାଯାଇଛି । କଦମ ଅନୁଷ୍ଠାନ ପକ୍ଷରୁ ଏହି ସାହିତ୍ୟ–ସଙ୍ଗୀତ ଉତ୍ସବକୁ ସମସ୍ତଙ୍କୁ ଆମନ୍ତ୍ରଣ ଜଣାଯାଇଛି ।