ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବୋଲଗଡ଼ ବାମନ ଉଚ୍ଚ ବିଦ୍ୟାଳୟ ମୈଦାନଠାରେ ପାରମ୍ପରିକ ହୋଇ ଆସୁଥିବା ଜାନୁଆରୀ ୨୬ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଉତ୍ସଵ ସୋମବାର ପାଳନ କରାଯାଇଛି । ତେବେ ଅନୁଷ୍ଠିତ ଉତ୍ସବର ମାହେଲ ପୂର୍ବ ବର୍ଷ ମାନଙ୍କପରି ଚଳିତ ବର୍ଷ ପରିଲକ୍ଷିତ ହୋଇନାହିଁ । ଚଳିତ ବର୍ଷ ବୋଲଗଡ଼ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ଯୋଗଦେବା ନିମନ୍ତେ ଗଣ ମାଧ୍ୟମ ଚିଠି ନଂ୨୯୦/୨୧.୧.୨୬ ଓ ବିଧାୟକ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଶାସନ ମୁଖ୍ୟ ବିଡ଼ିଓ ସ୍ଥାନୀୟ ବିଧାୟକଙ୍କୁ ଚିଠି କରିଥିଲେ ।















