ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ଦ୍ଵାରା ପରିଚାଳିତ ରେଡ୍କ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ବନବିହାର ନିମନ୍ତେ ଭଞ୍ଜନଗର ସ୍ଥିତ ଫରେଷ୍ଟ ପାର୍କ ବୁଲିବାକୁ ଯାଇଥିଲେ। ସେଠାରେ ଅତି ଆନନ୍ଦ ଉଲ୍ଲାସରେ ବଣ ଭୋଜି ରେ ସାମିଲ ହେବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବାଦ୍ୟ ଓ ସଙ୍ଗୀତ ପରିବେଷଣ କରି ସେଠାକାର ପରିବେଶକୁ ବେଶ୍ ଉତ୍ସବ ମୁଖର କରି ଦେଇଥିଲେ। ଯାହାଦ୍ଵାରା କି, ସେଠାକୁ ଆସିଥିବା ବହୁ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମର ବେଶ୍ ମଜା ନେଉଥିଲେ।















