ଖୋର୍ଦ୍ଧା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖୋର୍ଦ୍ଧା ପ୍ରତିଯୋଗୀ ଙ୍କ ସଫଳତା ହାଇଦରାବାଦ ସ୍ଥିତ ଗୋଚି ବାଉଲି ଅନ୍ତରଜାତୀୟ ଇନ୍ ଡୋର ଷ୍ଟାଡିୟମ୍ ପରିସରରେ ଆୟୋଜିତ 26 ତମ ଜାତୀୟ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଜାନୁଆରୀ 5 ରୁ ଆରମ୍ଭ ହୋଇ ଜାନୁଆରି 7 ରେ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟ ଦଳରେ ଖୋର୍ଦ୍ଧା ଜିଲ୍ଲା ରୁ 9 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ କାଟା ଓ ଫାଇଟ୍ ବିଭାଗରେ 3 ଟି ସ୍ଵର୍ଣ୍ଣ , 2 ଟି ରୋପ୍ୟ ଓ 7 ଟି କାଂସ୍ୟ ପଦକ ହାସଲ କରିଛନ୍ତି ।

ଏହି ପଦକ ମଧ୍ୟରୁ ସିନିଅର ବିଭାଗ ରେ – ସୌମ୍ୟ ରଞ୍ଜନ ନାୟକ 2 ଟି ସ୍ଵର୍ଣ୍ଣ ଓ 1 ଟି କାଂସ୍ୟ, ବିଜୁ ବିଶ୍ୱାସ 1 ଟି ସ୍ଵର୍ଣ୍ଣ ଓ 1 ଟି କାଂସ୍ୟ, ଅନୁୱର୍ ଖାଁ 1 ଟି କାଂସ୍ୟ, ଶୁଭଙ୍କର ଦାସ 1 ଟି ରୋପ୍ୟ, ଲିଜା ଦଳାଇ 1 ଟି ରୋପ୍ୟ , କଳ୍ପନା ପ୍ରଧାନ 1 ଟି କାଂସ୍ୟ, ଅଲୋକ ପ୍ରଧାନ 1 ଟି କାଂସ୍ୟ,
ସୁରେଶ ଚନ୍ଦ୍ର ମୁଦୁଲି 1ଟି କାଂସ୍ୟ ପଦକ ହାସଲ କରିଛନ୍ତି।
ସେହିପରି କନିଷ୍ଠ ବିଭାଗରେ ଦେବସ୍ମିତା ମଣ୍ଡଳ 1ଟି କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗି ମାନଙ୍କୁ କୋଚ୍ ସୌମ୍ୟ ରଞ୍ଜନ ନାୟକ ଓ ରାଜ୍ୟ ସ୍କୋଏ ଆସୋସିଏସନ୍ ର ସମ୍ପାଦକ- ସେକ ସଲାଉଦ୍ଦିନ ଓ ଉପ ସଭପତି- ଏକାଦଶୀ ବେହେରା ସ୍ବାଗତ ଜଣାଇଛନ୍ତି । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ରୁ ପ୍ରାୟ 2000 ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।














