No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସୃଷ୍ଟି ଏକାଡେମି ଅଫ୍ ଗ୍ରାଜୁଏଟ୍ ଷ୍ଟଡିଜ୍ ତରଫରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା “ଜୁନିଅର ବି-ସ୍କୁଲ୍ ମୀଟ : ଭିଜ୍ଟେକ୍–୨୦୨୬” ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି କାର୍ୟକ୍ରମରେ ରାଜ୍ୟର ବିଭିନ୍ନ BBA ଓ BCA କଲେଜରୁ ଆସିଥିବା ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ୟକ୍ରମରେ ବିଜନେସ୍ କ୍ୱିଜ୍, ବିଜନେସ୍ ପ୍ଲାନ୍, ଟ୍ରେଜର୍ ହଣ୍ଟ୍, ରିଲ୍ସ୍, ସୋଲୋ ସଙ୍ଗ୍ ଓ ରାମ୍ପ୍ୱାକ୍ ପରି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ଶେଷ ପର୍ଯ୍ୟାୟର ପୁରସ୍କାର ବିତରଣ ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟ MCA ବିଭାଗର ପ୍ରୋଫେସର୍ ଡ଼. ପି.କେ. ବେହେରା ମୁଖ୍ୟ ଅତିଥି ଭାବେ ଏବଂ VIVO India ର ମାନବ ସମ୍ପଦ ବିଭାଗର ରାଜ୍ୟ ମୁଖ୍ୟ ଉପନୀ ଦାଶ ସନ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ କୃତି ଛାତ୍ରଛାତ୍ରୀଙ୍କୁ ମୋଟ ୩୦,୦୦୦ ଟଙ୍କାର ନଗଦ ପୁରସ୍କାର, ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ବିଜନେସ୍ କ୍ୱିଜ୍ ପ୍ରତିଯୋଗିତାରେ ରାମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଶ୍ରେୟା ଦେ ଓ ଜୟଶ୍ରୀ ଖିଲାର ଚ୍ୟାମ୍ପିଅନ୍ ହୋଇଥିବା ବେଳେ ରେଭେନ୍ସହ ବିଶ୍ୱବିଦ୍ୟାଳୟର ସୋମେଶ ତ୍ରିପାଠୀ ଓ ଅମ୍ଲାନ ଦାଶ ପ୍ରଥମ ରନର୍ସ୍-ଅପ୍ ଏବଂ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ଗୁଲାପ୍ସା ରବାନୀ ଓ ପ୍ରିୟାଶା ଜେନା ଦ୍ୱିତୀୟ ରନର୍ସ୍-ଅପ୍ ହୋଇଥିଲେ ।
ଟ୍ରେଜର୍ ହଣ୍ଟ୍ ପ୍ରତିଯୋଗିତାରେ MITS School of Biotechnology ର ଦେବରାଜ ମହାପାତ୍ର ଓ ଅଶ୍ୱିନୀ କୁମାର ମହାନ୍ତି ଚ୍ୟାମ୍ପିଅନ୍ ଏବଂ ODM Business School ର ଅଦିତି ସତପଥୀ ଓ ଦୈପନ୍ୟ ଚୌଧୁରୀ ରନର୍ସ୍-ଅପ୍ ହୋଇଥିଲେ । ରିଲ୍ସ୍ ପ୍ରତିଯୋଗିତାରେ ଉଦୟନାଥ ଅଟୋ କଲେଜର ରାହୁଲ ବେହେରା ଚ୍ୟାମ୍ପିଅନ୍ ଏବଂ ସ୍ୱାମୀ ବିବେକାନନ୍ଦ କଲେଜ ଅଫ୍ ସାଇନ୍ସ ଆଣ୍ଡ ମ୍ୟାନେଜମେଣ୍ଟର ସୁଭଦ୍ରା ଖୁଣ୍ଟିଆ ରନର୍ସ୍-ଅପ୍ ହୋଇଥିଲେ ।
ସୋଲୋ ସଙ୍ଗ୍ ପ୍ରତିଯୋଗିତାରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ମାନ୍ୟତା ଦାଶ ଚ୍ୟାମ୍ପିଅନ୍ ଓ ଆୟୁଷ ଜେସୱାଲ୍ ରନର୍ସ୍-ଅପ୍ ହୋଇଥିଲେ । ରାମ୍ପ୍ୱାକ୍ ପ୍ରତିଯୋଗିତାରେ ସି.ଭି. ରାମନ ବିଶ୍ୱବିଦ୍ୟାଳୟର ଲିମ୍ ଲୌରା ଚିଡ଼ୋଚଡ଼ା ଚ୍ୟାମ୍ପିଅନ୍ ଏବଂ ODM Business School ର ସୌଭାଗ୍ୟଲକ୍ଷ୍ମୀ ଆଚାର୍ଯ୍ୟ ରନର୍ସ୍-ଅପ୍ ହୋଇଥିଲେ । ଏହି କାର୍ୟକ୍ରମଟି ଡିନ୍ (ପ୍ଲେସମେଣ୍ଟ) ଡ଼. ଗଙ୍ଗାଧର ମିଶ୍ରଙ୍କ ନିର୍ଦ୍ଦେଶନାରେ ସଫଳତାର ସହ ଆୟୋଜିତ ହୋଇଥିଲା ।
ଅଧ୍ୟାପକ ଓ କ୍ୱିଜ୍ମାଷ୍ଟର୍ ରୋସି ବାରିକ୍ କ୍ୱିଜ୍ ପରିଚାଳନା କରିଥିଲେ । BBA ବିଭାଗର ମୁଖ୍ୟ ଓ ଅଧ୍ୟାପକା ସନ୍ଧ୍ୟା ଦର୍ଶନ ଦାଶ ଅତିଥିମାନଙ୍କୁ ସ୍ୱାଗତ କରି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଧର୍ମ କୁମାର ରାଉତ, ଜୀତେନ୍ଦ୍ର ନନ୍ଦ, ଅଳୋକ ଜାତି ଓ ସୈଶ୍ମିତା ଦାସ ପ୍ରମୁଖ ଉପସ୍ଥିତ ରହି କାର୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ । ଶେଷରେ କାର୍ୟକ୍ରମ ସଂଯୋଜକ ପ୍ରୋଫେସର୍ ନିହାର ରଞ୍ଜନ ସ୍ୱାଇଁ ଧନ୍ୟବାଦ ଜଣାଇଥିଲେ ।

No Result
View All Result