• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀ ପୋଲିସ ର ଅପରେସନ୍ ଚକ୍ର ବଳରେ ଅବୈଧ ମଦବିକ୍ରି କରି ୮୪୬ ଗିରଫ

Proprietor Abhimanyu Maharana by Proprietor Abhimanyu Maharana
January 25, 2026
in ଓଡ଼ିଶା, ପୁରୀ, ହୋମ୍
0
ପୁରୀ ପୋଲିସ ର ଅପରେସନ୍ ଚକ୍ର ବଳରେ ଅବୈଧ ମଦବିକ୍ରି କରି ୮୪୬ ଗିରଫ
Share on FacebookShare on TwitterWhatsapp

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଅପରେସନ୍ ଚକ୍ର ଅଭିଯାନରେ ପୁରୀପୋଲିସ ପକ୍ଷ ରୁ ଜିଲ୍ଲାରେ ଅବୈଧ ମଦ ବିକ୍ରୟ, ଉତ୍ପାଦନ ଓ ଚାଲାଣ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି l ପୁରୀ ପୋଲିସ ଦ୍ୱାରା୨୦୨୫ ମସିହାରେ । “ଅପରେସନ୍ ଚକ୍ର” ନାମରେ ଏକ ବ୍ୟାପକ ବିଶେଷ ଅଭିଯାନ ଚାଲୁ କରାଯାଇଥିଲା । ଏହି ଅଭିଯାନ ପୁରୀ ଏସ୍‌ପି ପ୍ରତୀକ ସିଂହଙ୍କ ନିର୍ଦେଶରେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଏକାଧିକ ସ୍ଥାନରେ ସମନ୍ୱିତ ଭାବରେ ପରିଚାଳିତ ହୋଇଥିଲା ।

ଏହି ଅଭିଯାନର ଲକ୍ଷ୍ୟ ଥିଲା ଅବୈଧ ମଦ ବ୍ୟବସାୟରେ ଜଡିତ ଅସାଧୁ ତତ୍ତ୍ୱମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାନୁନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସମାଜରେ ଆଇନ ଶୃଙ୍ଖଳାକୁ ମଜବୁତ କରିବା । ପୋଲିସର ବିଭିନ୍ନ ଟିମ୍‌ ଦ୍ୱାରା ଏକାଧିକ ଗୁପ୍ତ ସୂଚନା ଆଧାରରେ ଅଚାନକ ଚଢ଼ାଉ କରାଯାଇଥିଲା। ଅପରେସନ୍ ଚକ୍ର ଅଭିଯାନ ଅଧୀନରେ ପୁରୀ ପୋଲିସ ମୋଟ ମାମଲା ୮୫୩ ଟି ମାମଲା କରି ୮୪୬ ଜଣକୁ ଗିରଫ କରାଯାଇଥିଲା l

ସେଥିମଧ୍ୟରୁ ୬ ୩ ଜଣ ମହିଳା ଅଭିଯୁକ୍ତ ରହିଥିଲେ l ଚାର୍ଜସିଟ୍ ଆଦାଲତରେ ଦାଖଲ ୭୭୨ଟି ମାମଲା କରାଯାଇଥିଲା । ପୁରୀ ପୋଲିସର ଦୃଢ଼ ଓ ଦୃତ କାର୍ଯ୍ୟାନୁଷ୍ଠାନର ପ୍ରମାଣ ସ୍ୱରୂପ ଆଇନ ଉଲ୍ଲଂଘନକାରୀଙ୍କୁ ସ୍ପଷ୍ଟ ସନ୍ଦେଶ ଦେଉଛି ଯେ ଅବୈଧ କାର୍ଯ୍ୟକଳାପ କେବେ ମଧ୍ୟ ସହନ କରାଯିବ ନାହିଁ । ଅଭିଯାନ ସମୟରେ ବିଭିନ୍ନ ସ୍ଥାନରୁ ଭାରୀ ପରିମାଣର ଅବୈଧ ମଦ ଓ ନିଷିଦ୍ଧ ପଦାର୍ଥ ଜବତ କରାଯାଇଥିଲା l

ବିଦେଶୀ ମଦ ୧୪୬୨ ଲିଟର,ଦେଶୀ ମଦ ୮୧୯୩ ଲିଟର, ଭାଙ୍ଗ ୮ କିଲୋ ୪00 ଗ୍ରାମ, ତରଳ ଭାଙ୍ଗ ୬୫ ଲିଟର,ପୋଚ ୧୮୭0 ଲିଟର, ନଗଦ ରାଶି ୬,୪୬, ୧୩୪ ଟଙ୍କା ଜବତ କରାଯାଇଛି । ଅବୈଧ ମଦ ଚାଲାଣ ଓ ବିକ୍ରୟ ଏକ ସୁଯୋଜିତ ଚକ୍ର ଦ୍ୱାରା ଚାଲିଥିଲା, ଯାହାକୁ ପୋଲିସ ଦ୍ୱାରା ଭାଙ୍ଗିଦିଆଯାଇଛି । ପୁରୀ ଏସ୍‌ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଧିକାରୀମାନଙ୍କୁ ଅବୈଧ ମଦ ବିରୋଧରେ ଶୁନ୍ୟ ସହିଷ୍ଣୁତା ନୀତି ଅନୁସରଣ କରିବାକୁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହାଅନୁଯାୟୀ ସମସ୍ତ ଥାନା ଅଞ୍ଚଳରେ ନିୟମିତ ଚଢ଼ାଉ, ଗୁପ୍ତ ସୂଚନା ସଂଗ୍ରହ ଓ ବିଶେଷ ନଜରଦାରୀ, ସୀମା ଅଞ୍ଚଳରେ ଚେକିଂ ବ୍ୟବସ୍ଥା କଡା କରାଯିବା, ପୁନରାବୃତ୍ତି ଅଭିଯୁକ୍ତଙ୍କ ଉପରେ ବିଶେଷ ନଜର, ପୋଲିସର ଏହି ସଂଯୁକ୍ତ ଅଭିଯାନ ଦ୍ୱାରା ଅବୈଧ ମଦ ଚକ୍ରରେ ଜଡିତ ଅନେକ ସକ୍ରିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଓ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରଜିଷ୍ଟ୍ରି କରାଯାଇଛି ।

ମାତ୍ର ଗିରଫରେ ସୀମିତ ନ ରହି, ପୁରୀ ପୋଲିସ ମାମଲାଗୁଡିକର ଦୃତ ତଦନ୍ତ କରି ୭୭୨ଟି ମାମଲାରେ ଚାର୍ଜଶିଟ୍ ଆଦାଲତରେ ଦାଖଲ କରିଛି । ଏହା ଦ୍ୱାରା ଅଭିଯୁକ୍ତମାନେ ଶୀଘ୍ର ନ୍ୟାୟିକ ପ୍ରକ୍ରିୟାରେ ଆସିବେ ଓ ଆଇନ ଅନୁଯାୟୀ ଦଣ୍ଡିତ ହେବାର ପଥ ପ୍ରସସ୍ତ ହେବ । ପୁରୀ ପୋଲିସ ସମସ୍ତ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛି ଯେ ଅବୈଧ ମଦ ବିକ୍ରୟ କିମ୍ବା ଉତ୍ପାଦନ ସମ୍ପର୍କିତ ସୂଚନା ଥିଲେ ନିକଟସ୍ଥ ଥାନାକୁ କିମ୍ବା ୧୧୨ କୁ ତୁରନ୍ତ ଜଣାନ୍ତୁ. l

ଅବୈଧ ମଦ ସେବନ ଜନସ୍ୱାସ୍ଥ୍ୟ ପାଇଁ ଘାତକ, ସମାଜର ସୁରକ୍ଷା ଓ ଯୁବ ପିଢ଼ୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ପୋଲିସଙ୍କ ସହଯୋଗ କରନ୍ତୁ l ପୋଲିସ ଆପଣଙ୍କ ପରିଚୟ ସଂପୂର୍ଣ୍ଣ ଗୋପନୀୟ ରଖିବ । ପୁରୀ ପୋଲିସର ସ୍ପଷ୍ଟ ସନ୍ଦେଶ ଏସ୍‌ପି ସ୍ପଷ୍ଟ କରିଛନ୍ତି ଯେ ଜିଲ୍ଲାରେ ଅବୈଧ ମଦ ବ୍ୟବସାୟକୁ କେବେ ମଧ୍ୟ ସହନ କରାଯିବ ନାହିଁ । ଏପରି ଅଭିଯାନ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ। “ଅପରେସନ୍ ଚକ୍ର” ମାଧ୍ୟମରେ ପୁରୀ ପୋଲିସ ପୁନର୍ବାର ପ୍ରମାଣ କରିଛି ଯେ ସମାଜ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ପୋଲିସ ସଦା ସଚେତନ, ସକ୍ରିୟ ଓ ପ୍ରତିବଦ୍ଧ ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

June 23, 2026
ଡି-ଷ୍ଟ୍ରିଟ୍‌ରେ ବେଦାନ୍ତ ପାୱାର୍‌ର ପ୍ରବେଶ, ଆର୍ଥିକ ବର୍ଷ ୨୦୩୩ ସୁଦ୍ଧା ୧୨ ଜିଗାୱାଟ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ

Vedanta Power Debuts on D-Street, To Expand to 12 GW by FY33

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version