No Result
View All Result
ବାଲିଅନ୍ତା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭୁବନେଶ୍ୱର ଉପକଣ୍ଠ,ବାଲିଅନ୍ତା ବ୍ଳକର ପିଏମଶ୍ରୀ ପ୍ରତାପ ଶାସନ ଉଚ୍ଚ ବିଦ୍ୟାଳୟ, ଭିଙ୍ଗାରପୁର ୟୁପିଏସ, ବାଲିଅନ୍ତା ଉଚ୍ଚ ବିଦ୍ୟାଳୟର ୪୦୦ ଜଣ ଛାତ୍ର ଛାତ୍ରୀଙ୍କୁ ସୁରେନ୍ଦ୍ର ସାଏ ଦିବ୍ୟ ଦୣଷ୍ଟୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ତିନି ଦିନ ଧରି ଏହି ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନଙ୍କର ଚଖୁ ପରୀକ୍ଷା କରାଯିବା ସହିତ ୧୭୯ ଜଣଙ୍କୁ ଚଷମା ଦେବାକୁ ସ୍ଥିର ହୋଇଛି ।
ସେମାନଙ୍କ ମଧ୍ୟରୁ 9 ଜଣଙ୍କର ଆଖି ଅଧିକ ଖରାପ ଥିବାରୁ ଉନ୍ନତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ଚକ୍ଷୁର ଯତ୍ନ ନେବା ପାଇଁ ବାଲକାଟୀ ମେଡିକାଲ ସୁପରିଟେଣ୍ଡଟ ଡାକ୍ତର ଗାୟତ୍ରୀ ମିଶ୍ର ଓ ବିଇଓ ଭକ୍ତ ବଛଳ ମହାପାତ୍ର ପରାମର୍ଶ ଦେଇଛନ୍ତି ।
ବାଳକାଟୀ ମେଡିକାଲ ଚଖୁ ଚିକିତ୍ସା ଅଧିକାରୀ ଗୈାତମ ଦାସ, ଲୋକନାଥ ବେହେରା ଓ ଅଖିଳ ମଲ୍ଲିକ ପ୍ରମୁଖ ଚଖୁ ପରୀକ୍ଷା କରିଥିଲେ । ବି ଆର ଟି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ରିତିକାରଥ ଓ ପ୍ରିୟ ଦର୍ଶିନୀ ମହାପାତ୍ର ପ୍ରମୁଖ ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

No Result
View All Result