No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୁରାଣ ପ୍ରସିଦ୍ଧ ତ୍ରିବେଣୀସ୍ୱର ମହୋତ୍ସବରେ ଓଡ଼ିଆ ଭାଷା ସାହିତ୍ୟ , କଳା, ସଂସ୍କୃତିର ମିଳିତ ସମନ୍ଵୟରେ ଗଠିତ ତ୍ରୟମାସିକ ଶିଶୁ ଓ କିଶୋର ପତ୍ରିକା ‘କୃପନେତ୍ର ଓ ଓଡ଼ିଶା ସାହିତ୍ୟ ଏକାଡେ଼ମୀ, ଭୁବନେଶ୍ଵରଙ୍କ ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ନିକଟ ପୁରାଣ ପ୍ରସିଦ୍ଧ ତ୍ରିବେଣୀଶ୍ୱର ମଠ ଠାରେ ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠାନର ସଭାପତି ପ୍ରଫେସର ରାଧାକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିବା ସମ୍ପୂର୍ଣ। ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ଝିଲି ରାଣୀ ସାମନ୍ତରାୟ ଯୋଗ ଦେଇ ଆଜିର ନାରୀ ଶକ୍ତି ହେଉଛନ୍ତି, ସର୍ବ ଶକ୍ତିମାନ, ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ଉଚିତ୍, ଆଉ ମଧ୍ୟ କବୀ, ସାହିତ୍ୟିକ,ସାମ୍ୱାଦିକମାନେ ସମାଜକୁ ନିଜ ଲେଖନୀ ମୁନରେ ଦିଗ ଦର୍ଶନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ତାହା ଅତୁଳନିୟ ବୋଲି ମତ ପ୍ରକାଶ କର l

ଏଥିରେ ମୁଖ୍ୟ ବକ୍ତା ଭାବେ ପ୍ରାଚୀ ଗବେଷକ ହଂସ ନାଥ ସାହୁ ,ସମ୍ମାନିତ ଅତିଥି ଭାବେ , ବନମାଳୀପୁର ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ, ମୂରଲୀଧର ସାହୁ, ବନ୍ଦେ ଉତ୍କଳ ମହାସଂଘର ସଭାପତି ବିଜୟ କୁମାର ମିଶ୍ର , ପ୍ରାକ୍ତନ ଶିକ୍ଷାବିତ୍ ଡ ଅଭିମନ୍ୟୁ ପଣ୍ଡା , ସମାଜ ସେବୀ ରମେଶଚନ୍ଦ୍ର ସାହୁ , କୃପା ନେତ୍ରର ମାର୍ଗ ଦର୍ସିକା ପଣ୍ଡିତ ହରିହର ମହାପାତ୍ର , ଯୁଗ୍ମ ମୁଖ୍ୟ ଉପ ଦେଷ୍ଟ । ମାଗୁଣୀ ଚରଣ ସେଠୀ ,ଉପଦେଷ୍ଟା ପଣ୍ଡିତ ଲିଙ୍ଗରାଜ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ କୃପାନେତ୍ର ଅନୁଷ୍ଠାନର ଶିଶୁ ପତ୍ରିକାର ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ ।

ଏଥିରେ କୃପାନେତ୍ରର ସମ୍ପାଦକ ରବୀନ୍ଦ୍ରନାଥ ପାତ୍ର ଅନୁଷ୍ଠାନର ବାର୍ଷିକ ବିବରଣୀ ପଠନ କରିଥିଲେ । ମଞ୍ଚ ସଂଯୋଜନାରେ ଆଇନ୍ ଜିବୀ ଅବଦୁଲ୍ ବାରି, କବି ଦେବେନ୍ଦ୍ର ନାଥ ସେନାପତି, କବୟିତ୍ରୀ ସୁଜାତା ଦାଶ, ପ୍ରମୁଖ ସହଯୋଗ କରିଥିବାବେଳେ, ବିଶିଷ୍ଟ କବି ପଣ୍ତିତ ମୁରଲୀଧର ସାହୁ, କବୟିତ୍ରୀ ଅଧ୍ୟାପିକା ଡ, ସସ୍ମିତା ନାୟକ, ଧରଣୀଧର ସେନାପତି, ସୁରେନ୍ଦ୍ର ସାହୁ, ସିପ୍ରା ବିଶ୍ଵାଳ, ବିପିନ୍ ବିହାରୀ ଦାସଙ୍କ ସମେତ ବହୁ ସାହିତ୍ୟିକ, କବି, କବୟିତ୍ରୀମାନେ ଯୋଗ ଦେଇ ସେମାନଙ୍କର ସ୍ୱ ରଚିତ କବିତା ପାଠ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ୧୨ ଜଣ ବିଶିଷ୍ଟ୍ କୃତୀ ବ୍ୟକ୍ତିଙ୍କ ସମେତ ସାମ୍ବାଦିକ ତ୍ରିନାଥ ଚନ୍ଦ୍ର ସାହୁଙ୍କୁ ଉତ୍ତରୀୟ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ତ୍ରିବେଣୀ ନାମକ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଶେଷରେ ବରିଷ୍ଠ କ୍ରୀଡା ସାମ୍ୱାଦିକ ସୁରେଶ ସ୍ଵାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନାର ପ୍ରଦୀପ୍ତ ପାତ୍ରଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result