ରାମଚଣ୍ଡୀ/ଚନ୍ଦ୍ରଭାଗା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିନସ୍ଥ ସୁତନ ପଞ୍ଚାୟତର ପ୍ରସିଦ୍ଧ ଶକ୍ତିପୀଠ ମା” ରାମଚଣ୍ଡୀ ପୀଠରେ କୁଢ କୁଢ ଅଳିଆ ଆବର୍ଜନା ପଡି ରହିଥିବା ବେଳେ ସଫେଇ ଅଭାବରୁ ପରିଦର୍ଶନରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ନାକ ଟେକୁଥିବା ବେଳେ ପର୍ଯ୍ୟଟନ ପ୍ରେମୀ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶକ୍ତିପୀଠ ମାନଙ୍କ ମଧ୍ୟରେ ମା ରାମଚଣ୍ଡୀ ପୀଠ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ।

ଏଠାକୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦେଶବିଦେଶରୁ ଶକ୍ତିପୀଠ ରାମଚଣ୍ଡୀ ମନ୍ଦିର ପରିଦର୍ଶନରେ ଆସି ମା'” ଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଏହି ପୀଠର ସଫେଇ ଦାଯିତ୍ବରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଯୁକ୍ତ ଘରୋଇ ସଂସ୍ଥା ଅଣଦେଖା ନୀତି ଯୋଗୁଁ ରାମଚଣ୍ଡୀ ପୀଠକୁ ବଣଭୋଜି କରିବା ପାଇଁ ଓଡିଶା ସମେତ ଓଡିଶା ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ପୀଠରେ ଅଳିଆ ଆବର୍ଜନା ପକାଇବା ଯୋଗୁଁ ସଫେଇ ଅଭାବରୁ ଏଠାରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।

ସଫେଇ ଦାୟିତ୍ବରେ ଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଯୁକ୍ତ ଘରୋଇ ସଂସ୍ଥା ସରକାରୀ ନିୟମ ମୁତାବକ କର୍ମଚାରୀ ନିଯୁକ୍ତି ନ କରି କାଁଭାଁ କର୍ମଚାରୀ ମାନଙ୍କୁ ନେଇ ନିୟମିତ ସଫେଇ କରୁଥିବାରୁ ଶକ୍ତିପୀଠ ରାମଚଣ୍ଡୀ ଠାରେ କୁଢ କୁଢ ଅଳିଆ ଆବର୍ଜନା ପଡି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ଯୋଗୁଁ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ଓ ଜନସାଧାରଣ ମାନେ ନାକ ଟେକୁଥିବା ବେଳେ ଫେରିଯିବା ଭଳି ପରିସ୍ଥିତି ଉପୁଜିଥିବା ସାଧାରଣରେ ଆଲୋଚନା ହେଉଛି ।















