ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସିଦ୍ଧିଦାତ୍ରୀ ମା ‘ ସରସ୍ବତୀ ଙ୍କ ପୂଜାର୍ଚନା ବାଲିଗୁଡା ଟାଉନ ତଥା ଏହାର ଆଖପାଖ ପୁରପଲ୍ଲୀରେ ପରମ୍ପରା ଓ ବିଧିବିଧାନ ଅନୁସାରେ ଧୁମଧାମରେ ପାଳିତ ହୋଇଯାଇଛି । ସେଥିପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ପୂଜା ଅନୁଷ୍ଠାନ ଚଳଚଞ୍ଚଳ ହୋଇ ଉଠିଥିଲା। ସମସ୍ତଙ୍କ ମନରେ ଉତ୍ସାହ ଦେଖା ଦେଇଥିଲା । ସେହିପରି ଆଜିର ଦିନରେ ନୂଆ କରି ପଢା ଆରମ୍ଭ କରୁଥିବା କୁନି ପିଲାମାନେ ମଧ୍ୟ ଖଡ଼ି ଛୁଇଁଛନ୍ତି ।

କେଉଁଠି ମା’ସରସ୍ବତୀ ଙ୍କ ବିଶାଳ ମୂର୍ତ୍ତି ,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ଗାଁ ଦାଣ୍ଡ, ସହର, ବଜାର ସବୁ ଚଳଚଞ୍ଚଳ । ରଙ୍ଗୀନ ତୋରଣ ଓ ସୁସଜ୍ଜିତ ପୂଜା ମଣ୍ଡପ ଶୋଭାପାଉଥିବା ବେଳେ ମା’ ଙ୍କ ପୂଜା ପାଇଁ ସବୁଠି ଭରପୁର ଉତ୍ସାହ ଓ ଉତ୍କଣ୍ଠା ।















