No Result
View All Result
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତସ୍ଥିତ ରାଡ଼ିୟାଣ୍ଟ ୟୁଥ ଫୋରମ ଆନୁକୂଲ୍ୟରେ ଆୟୋଜିତ ଦ୍ୱାଦଶ ତମ ବାର୍ଷିକ ପାଞ୍ଚଗଡ଼ ମହୋତ୍ସବ “ପାଇକ ” ୨୦୨୬ ଗୁରୁବାରଦିନ ମହାଡମ୍ବର ସହକାରେ ଉଦଘାଟିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ୟୁଥ ଫୋରମର ସଭାପତି ଡଃ ପ୍ରକାଶ ଚାନ୍ଦ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ବୋଲଗଡ଼ -ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟ ବକ୍ତାଭାବେ ଭାପୁର ମହୋତ୍ସବର ଅଧ୍ୟକ୍ଷ ତଥା ବ୍ଲକ ଉପାଧ୍ୟାକ୍ଷ ବେଣୁଧର ପ୍ରଧାନ ଓ ସମ୍ମାତୀତ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ,

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ରାୟତ୍ରାୟ,ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ,ପୂର୍ବତନ ସମିତି ସଭ୍ୟ ବଂଶୀଧର ସାହୁ, ମହୋତ୍ସବ କମିଟି ସମ୍ପାଦକ ସୁନାଲ, ସମାଜସେବୀ ଦୁର୍ଗା ଚରଣ ଦାଶ, ଯୁବ ମଞ୍ଚ କାର୍ଯ୍ୟକାରୀ ସଭାପତି ତୁଷାରକାନ୍ତ ନାୟକ, ସମ୍ପାଦକ ସୁଦୀପ୍ତ କୁମାର ପଣ୍ଡା, ଚଳଚ୍ଚିତ୍ର କଳାକାର ନିଳିମା, ଅଭିଜିତ ପ୍ରମୁଖ ଯୋଗଦେଇ ଜଗତରନାଥ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ମହୋତ୍ସବ ମାଧ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ, କଳା ଓ ସଂସ୍କୃତିର ପ୍ରସାର ପ୍ରଚାର,

ଅଞ୍ଚଳର ଗୌରବମୟ ଐତିହ୍ୟର ପ୍ରୋତ୍ସାହନ ଓ ପ୍ରସାର, ଶିକ୍ଷା ସଚେତନତା, ଯୁବ ସଶକ୍ତିକରଣକୁ ପ୍ରାଥମିକତା ଦିଆଯିବା ସହ ସାମାଜିକ କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଇଥିଲା । ପୂର୍ବାହ୍ନରେ ବଡକୁମାରୀ ଓ ବାଙ୍କୋଇ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମର ବହୁ ସ୍ୱେଚ୍ଛାସେବୀ ଓ ଆୟୋଜକମାନଙ୍କୁ ନେଇ ଏକ ବିଶାଳ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ମହୋତ୍ସବ କମିଟି ସମ୍ପାଦକ ସୁନନ୍ଦା ପ୍ରଧାନ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କୁ ପରିଚିତ କରାଇଥିବାବେଳେ ଚନ୍ଦ୍ରକାନ୍ତ ମହାପାତ୍ର, ସିମାଞ୍ଚଳ ପଣ୍ଡା ଏବଂ ଗଣେଶ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ସ୍ଥାନୀୟ ବିଧାୟକ ଶ୍ରୀ ସାହୁଙ୍କୁ ‘ପଞ୍ଚଗଡ଼ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ, ଫାସିଓଡା ସମିତି ସଭ୍ୟ ପ୍ରଦୀପ କୁମାର ପ୍ରଧାନଙ୍କୁ ଜଣେ ଉତ୍କୃଷ୍ଟ ସମାଜସେବୀ ଏବଂ ଯୁବନେତା ଭାବେ ‘ପଞ୍ଚଗଡ଼ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ସେହିପରି ପୋଲିସ କର୍ମଚାରୀ ମାନସ କୁମାର ପ୍ରଧାନ, ଭାରତୀୟ ସେନା କର୍ମଚାରୀ ଅନିଲ କୁମାର ପ୍ରଧାନ ଓ ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ମହୋତ୍ସବ କମିଟି ତରଫରୁ ଉତ୍ତରୀୟ,

ଫୋଲତୋଡ଼ା, ମାନପତ୍ର, ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଉଦଘାଟନୀ ସନ୍ଧ୍ୟାରେ ବସନ୍ତ କୁମାର ୟୁଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମଞ୍ଚ ନାଟକ ପରିବେଷଣ କରାଯାଇଥିଲା । ପରିଶେଷରେ ମହୋତ୍ସବ କମିଟିର ସାଂସ୍କୃତିକ ବିଭାଗର ସଭାପତି ବସନ୍ତ ନାୟକସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result