ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କାସନ୍ଦl ଗ୍ରାମପଞ୍ଚୟତ ଅନ୍ତର୍ଗତ କୋଟଣିଶୀଳା ଗ୍ରାମସ୍ଥିତ ସରକାରୀ ପ୍ରାଥମିକ ଉପ୍ରା ବିଦ୍ୟାଳୟର ୧୯୯୮ ବ୍ୟାଚ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପ୍ରଥମ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ରାଜସୁନାଖଳାସ୍ଥିତ କୋଟଗଡ଼ ଅନନ୍ତ ଗୁମ୍ଫା ପରିସରରେ ୧୯୯୮ ବ୍ୟାଚ ପଞ୍ଚମ ଶ୍ରେଣୀ ଛାତ୍ର ନିରଞ୍ଜନ ରାଉତଙ୍କ ଆବାହକତ୍ୱରେ ମହାଆଡମ୍ବର ସହକାରେ ବନ୍ଧୁମିଳନକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l

ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ଅତ୍ୟନ୍ତ ଉତ୍ସାହିତ ଓ ଆନନ୍ଦିତ ସହ କେକ କାଟି ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରି ସ୍କୁଲ ସମୟର ସେହି ପୁରୁଣା ସମୟକୁ ମନ ପକାଇଥିଲେ । ଶିକ୍ଷାନୁଷ୍ଠାନ ବିନା ଶିକ୍ଷାର ବିକାଶ ଓ ପ୍ରଗତି ଅସମ୍ଭବ ବୋଲି ଆବାହକ ନିରଞ୍ଜନ ରାଉତ ଉପସ୍ଥିତ ବନ୍ଧୁ ଓ ତାଙ୍କର ପିଲାମାନଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଜୟଦେବ ମହାରଣା, ବିଜୟ କୁମାର ସlମନ୍ତସିଂହାର,ପ୍ରସନ୍ନ କୁମାର ସୁନ୍ଦରl ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l















