କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଦେଶକୁ ନକ୍ସଲ ଏବଂ ମାଓବାଦୀ ମୁକ୍ତ କରିବା ପାଇଁ ଡେଡ଼ଲାଇନ ସମୟ ଯେତେ ପାଖେଇ ଆସୁଛି, ପୁଲିସ ଏବଂ ସୁରକ୍ଷା ବାହିନୀଙ୍କ କୁମ୍ବିଂ ଅପେରସନ ମଧ୍ୟ ସେତିକି ତୀବ୍ର ହେବାରେ ଲାଗିଛି । ସେହିଭଳି କନ୍ଧମାଳ ଜିଲ୍ଲାରେ ମଧ୍ୟ ଜିଲ୍ଲା ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷାବାହିନୀ ସିଆରପିଏଫ୍, ବିଏସଏଫ୍ ମଳିତ ଭାବେ ଜିଲ୍ଲାର ବିଭିନ୍ନ ନକ୍ସଲ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳରେ କୁମ୍ବିଂ ଅପେରସନକୁ ତୀବ୍ର କରାଯାଇଛି ।
ଗୁରୁବାର ସକାଳୁ ଜିଲ୍ଲା ପୁଲିସ ର ଏସଓଜି, ଡିଭିଏଫ୍ ଏବଂ ସିଆରପିଏଫର ମିଳିତ ଭାବେ କନ୍ଧମାଳ-କଳାହାଣ୍ଡି ସୀମାନ୍ତବର୍ତ୍ତୀ ଗାଙ୍ଗେଲ ଜଙ୍ଗଲରେ ବଡ଼ ଧରଣର କୁମ୍ବିଂ ଅପେରସନ ଆରମ୍ଭ କରିଛନ୍ତି । ମିଳିତ ଟିମକୁ ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି । ଜଙ୍ଗଲରେ ମିଳିତ ଟିମ ଏକ ମାଓ କ୍ୟାମ୍ପକୁ ଠାବ କରିଛି ଏବଂ କ୍ୟାମ୍ପରୁ ବହୁ ବନ୍ଧୁକ ସହିତ ବହୁ ପରିମାଣର ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି ।















