ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏଏମ ସିଏସ ମହାବିଦ୍ୟାଳୟର ୩୮ ତମ ବାର୍ଷିକ କ୍ରୀଡା ଉତ୍ସବ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଏସି ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ରାମବିଶ ଦିଗାଲ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର ଯୋଗଦେଇଥିଲେ l

ସମ୍ମାନିତ ଅତିଥିଭାବେ ସାଂସଦ ପ୍ରତିନିଧି ତଥା ପ୍ରାକ୍ତନ ଛାତ୍ର ଜିତେନ୍ଦ୍ର ଡାକୁଆ ଯୋଦଦେଇଥିଲେ l ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥିଭାବେ ଟିକାବାଲି ବ୍ଲକ ବିଡ଼ିଓ ବିଷ୍ଣୁ ଗୋବିନ୍ଦ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବନମାଳୀ ବେହେରା, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ, ବିରୂପାକ୍ଷ ତ୍ରିପାଠୀ ଯୋଗଦେଇ କ୍ରୀଡା ଆମଜୀବନ ପାଇଁ କେତେ ଆବଶ୍ୟକ ବର୍ଣ୍ଣନା କରିଥିଲେ l














