No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନବୀନ ନିବାସ ରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ର ୧୦ ଜଣ ବିଧାୟକ ମାନଙ୍କୁ ଭେଟି ସେମାନଙ୍କ ସହ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ରଣକୌଶଳ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଜେପି ସରକାର ବିରୁଦ୍ଧରେ ସୃଷ୍ଟି ହୋଇ ଥିବାପ୍ରବଳ ଜନ ଅସନ୍ତୋଷ କୁ ଅସ୍ତ୍ର କରି ଲୋକଙ୍କ ନିକଟତର ହେବାକୁ ସେ ପରାମର୍ଶ ଦେଇଥିଲେ।ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ,
ପ୍ରତିଶ୍ରୁତି ପୂରଣ ରେ ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥଲେ । ସେମାନଙ୍କ ନିର୍ବାଚନ ମଣ୍ଡଳୀ ର ବିକାଶ କାମ ବିଷୟ ରେ ବିଶେଷ କରି ଚାଷୀ ଙ୍କ ସମସ୍ୟା,ଧାନ କିଣା ସ୍ଥିତି ସମ୍ପର୍କରେ ମଧ୍ୟ ସେ ପଚାରି ବୁଝି ଥିଲେ.।
ବିଜୁ ଜନତା ଦଳ ର ଆଦର୍ଶ ରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ। ଆଜିର ବୈଠକ ରେ ବିଧାୟକ ସର୍ବଶ୍ରୀ ପ୍ରତାପ କେଶରୀ ଦେବ, ବିଭୁତି ଭୂଷଣ ବଳବନ୍ତରାୟ,ସାରଦା ପ୍ରସନ୍ନ ନାୟକ, ଦେବୀରଞ୍ଜନ ତ୍ରିପାଠୀ,ଶୋଭିକ ବିଶ୍ୱାଳ,ଯୋଗେଶ କୁମାର ସିଂହ,ଅଧୀରାଜ ମୋହନ ପାଣିଗ୍ରାହୀ, ସୁନୀଲ ମହାନ୍ତି,ରୁପେଶ ପାଣିଗ୍ରାହୀ ଓ ରୋହିତ ଜୋସେଫ ତୀର୍କୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ ।

No Result
View All Result