ଖୋର୍ଦ୍ଧା ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଜଟଣୀ ବ୍ଲକ ଅନ୍ତର୍ଗତ ଅବିଭକ୍ତ ବେଣାପଞ୍ଜରି ଗ୍ରାମ ପଞ୍ଚାୟତ ସ୍ଥିତ ସେବା ସମବାୟ ସମିତିର ଧାନ ମଣ୍ଡିକୁ ଆନୁଷ୍ଠାନିକ ଭାବେ ଜଟଣୀ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବେଣାପଞ୍ଜରି ସୋଷାଇଟି ସଭାପତି ପର୍ଶୁରାମ ହରିଚନ୍ଦନ,

ବ୍ୟାଙ୍କ୍ ଡାଇରେକ୍ଟର ରଞ୍ଜନ ଛୋଟରାୟ, ବେଣାପଞ୍ଜରି ସୋସାଇଟି ଉପ ସଭାପତି ତଥା ତିରିମଲ ସରପଞ୍ଚ ପ୍ରସନ୍ନ ଛୋଟରାୟ, ଏରିଆ ଅଫିସର ଏଆରସିଏସ ଭୁବନେଶ୍ୱର ପ୍ରସାନ୍ତ କୁମାର ବରାଳ, ଜଟଣୀ ବ୍ରାଞ୍ଚ ମ୍ୟାନେଜର ସୀତା ରାଣୀ ଚମ୍ପତି, ସହକାରୀ ପରିଚାଳକ ତ୍ରିଲୋକ ରାଜ ସିଂ,ସମ୍ପାଦକ ବିଶ୍ୱଜିତ୍ ଭଞ୍ଜ, ସହ ସମ୍ପାଦକ ଅକ୍ଷୟ ମହାନ୍ତି,

ଆର ଆଇ ବେଣାପଞ୍ଜରି ଦିଲୀପ ବେହେରା, ଆରଏମସି ଷ୍ଟାଫ ନୀଳକଣ୍ଠ ଦଳେଇ ପ୍ରମୂଖ ଯୋଗଦେଇ ପ୍ରଥମେ ହୋମ ତଥା ପୂଜାର୍ଚ୍ଚନା କରି ଶୁଭ ଉଦ୍ଘାଟନ କରି ୧୨ଜଣ ଚାଷୀଙ୍କ ଠାରୁ ପ୍ରାୟ ୪୦୦ କ୍ଵିଣ୍ଟାଲ ଧାନ ଖୋର୍ଦ୍ଧା ଚଣ୍ଡେଶ୍ୱର ରାଇସ ମିଲକୁ ହସ୍ତାନ୍ତର କରିଥିଲେ ।















