ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିଜ୍ଞାନ ଓ ଯାନ୍ତ୍ରିକ ଚିକିତ୍ସାରୁ ବିଶ୍ବାସ ତୁଟିଲେ ରୋଗୀ ନିରୁପାୟ ହୋଇ ପ୍ରଭୁଙ୍କ ଶରଣ ପଶେ । ମହାଦେବ ଓ ମହାବୀରଙ୍କ ଆଜ୍ଞା ବଳରେ ବାବା ନେତ୍ରାନନ୍ଦ ଏକ ନୂଆ ପଦ୍ଧତିରେ ରୋଗୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ବିନା ସ୍ପର୍ଶରେ ଚିକିତ୍ସା କରିବା ଏକ ବିରଳ ବ୍ଯବସ୍ଥା । ବାବା ନେତ୍ରାନନ୍ଦ ୧୨ବର୍ଷ ବୟସରୁ ତାଙ୍କ ପିତାଙ୍କ ଭିନ୍ନକ୍ଷମ ରୋଗୀ ହୋଇଥିବାରୁ ସେବା କରୁଥିଲେ । ବାପା ଚାଲିଗଲା ପରେ କିପରି ଏହି ସେବା ଅନ୍ଯ ରୋଗୀଙ୍କୁ ଏହି ସେବା କରି ଜୀବନ ବଞ୍ଚାଇବେ ସେ ବିଷୟରେ ଗବେଷଣା କଲେ ।

ବାବା ମହାଦେବ ଓ ମହାବୀରଙ୍କ ଆଜ୍ଞାରେ ଏବେ ଚନ୍ଦନପୁର ବାଇପାସ ରାସ୍ତାର ପେଟ୍ରୋଲ ପମ୍ପ ନିକଟ ନରେନ୍ଦ୍ର ନଗରରେ ପୁରୀ ଧାମ ବାବା ନେତ୍ରାନନ୍ଦ ସେବା ସଂସ୍ଥା ନାମରେ ରୋଗୀ ସେବା କରୁଛନ୍ତି । ଅର୍ଶ, ମଳକଣ୍ଟକ, ଭଗନ୍ଦର, ଶ୍ବାସ, ସ୍ପଣ୍ଡିଲାଇଟ, ହାତଗୋଡ ଲିଗାମେଣ୍ଟ ସମସ୍ଯାକୁ ବାବା ଜଡ଼ିବୁଟି ଚେର ମୂଳିରେ ରୋଗ ନିବାରଣ କରୁଛନ୍ତି । ଏହା ସହ ନିରଜନିତ ସମସ୍ଯା ଏଲ- ୪,ଏଲ- ୫,ଏଲ-୬ ଚିକିତ୍ସା ଯୋଗାଇ ଦେଉଛନ୍ତି ।















