କୋଣାର୍କ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-କୋଣାର୍କ ଥାନା ଅନ୍ତର୍ଗତ ତଥା କାକଟପୁର ତହସିଲ ଅଧିନ ଅବଦାନ ପଞ୍ଚାୟତ ଗୁହାଳପୁର ଗ୍ରାମରୁ ବେନିୟମ ଭାବେ ଦୈନିକ ଲଗାତାର ବାଲି ଚୋରା ଚାଲାଣ ବେଳେ ଶନିବାର ସନ୍ଧ୍ୟାରେ ଟ୍ରାକ୍ଟରକୁ ମାଡ଼ି ବସି ଜବତ କଲେ ତହସିଲ ପ୍ରଶାସନ। ସୁଚନା ଅନୁଯାୟୀ ଦୀର୍ଘ ବର୍ଷ ଧରି ସ୍ଥାନୀୟ ଅଞ୍ଚଳର ବାଲି ମାଫିଆ ମାନେ ଦୈନିକ ଟ୍ରାକ୍ଟର ସାହାର୍ଯ୍ୟରେ ବେଆଇନ୍ ଭାବେ ସରକାରୀ ଜମିରୁ ବାଲି ଚୋରା ଚାଲାଣ କରୁଥିବା ବାରମ୍ଵାର ଅଭିଯୋଗ ହୋଈ ଆସୁଥିଲା।















