ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ,ସୋମବାର) ଭୁବନେଶ୍ୱର :- ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣରେ ଗତବର୍ଷ ତୁଳନାରେ ୨୧ ପ୍ରତିଶତ ବୃଦ୍ଧି , ସର୍ବନିମ୍ନ ସହାୟକ ମୂଲ୍ୟ ଯୋଜନାରେ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ଗତବର୍ଷ ତୁଳନାରେ ୨୦୨୦-୨୧ ଖରିଫ୍ରେ ୨୧ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦-୨୧ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ମୋଟ ୧୪ ଲକ୍ଷ ୯୭ ହଜାର ୭୭୯ ଜଣ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । ଗତବର୍ଷ ୨୦୧୯-୨୦ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ୧୨ ଲକ୍ଷ ୩୫ ହଜାର ୯୦୮ ଜଣ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଥିଲେ ।
ଗତବର୍ଷ ତୁଳନାରେ ୨ ଲକ୍ଷ ୬୧ ହଜାର ୮୭୧ ଜଣ ଅଧିକ ଚାଷୀ ଖରିଫ୍ ଧାନ ବିକିବା ନିମନ୍ତେ ବିଭିନ୍ନ ପ୍ୟାକସ୍/ଲ୍ୟାମ୍ପସ୍ରେ ଅନ୍ଲାଇନ୍ ଯୋଗେ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । କୋଭିଡ୍-୧୯ ସ୍ଥିତିରେ ସରକାରଙ୍କ ସମସ୍ତ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ପାଳନ କରି ଚାଷୀ ନାମ ପଂଜୀକରଣ କାର୍ଯ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ସଫଳତାର ସହ ସଂପନ୍ନ ହୋଇପାରିଛି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୨୮୫୪ଟି ପ୍ୟାକ୍ସ/ଲ୍ୟାମ୍ପସ୍ରେ ଅନ୍ଲାଇନ୍ ମାଧ୍ୟମରେ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । ଗତବର୍ଷ ରାଜ୍ୟର ୨୮୧୮ଟି ପ୍ୟାକ୍ସରେ ଚାଷୀ ନାମ ପଂଜୀକରଣ କରାଯାଇଥିଲା । ଗତବର୍ଷ ତୁଳନାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ନାମ ପଂଜୀକରଣ ହାର ବୃଦ୍ଧି ପାଇଛି ।