No Result
View All Result
ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ପଞ୍ଚସଖା ମେମୋରିଆଲ କ୍ଳବ, ସାକ୍ଷୀଗୋପାଳ ତରଫରୁ ସ୍ଥାନୀୟ ଉତ୍କଳମଣୀ ଗୋପବନ୍ଧୁ ସୃତି ମହାବିଦ୍ୟାଳୟ ଖେଳ ପଡିଆରେ ପ୍ରଥମ ସୂର୍ଯ୍ୟ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟ ୮ ଦିନ ଧରି ଚାଲିବ।୧୮ ତାରିଖ ଦିନ ଗୋପାଳ ଜୀଉ କ୍ରିକେଟ କ୍ଲବ, ଗୋପ ଓ ଜଟଣୀ କ୍ରିକେଟ ଏକାଡେମୀ, ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହେବ l ୧୯ ତାରିଖ ଦିନ ଜୟଦେବ ସ୍ପୋର୍ଟିଂ, ଭୁବନେଶ୍ୱର ଓ ପାୟୋନିଅର ଏକାଦଶ,ପୁରୀ,
୨୦ ତାରିଖ ଦିନ ମଙ୍ଗଳା କ୍ରିକେଟ ଏକାଡେମୀ, କାକଟପୁର ଓ ସନସାଇନ ସ୍ପୋର୍ଟିଂ, ପୁରୀ, ୨୧ ତାରିଖ ଦିନ ପଞ୍ଚସଖା କ୍ରିକେଟ କ୍ଲବ ସାକ୍ଷୀଗୋପାଳ ଓ ଭୁବନ କ୍ରିକେଟ କ୍ଲବ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହେବ l ୨୨ ତାରିଖ ଦିନ ପ୍ରଥମ ସେମି ଫାଇନାଲ ମ୍ୟାଚ ୧୮ ତାରିଖ ବିଜେତା ଦଳ ଓ ୨୧ ତାରିଖ ବିଜେତା ଦଳ ମଧ୍ୟରେ ଅନୁଷ୍ଠିତ ହେବ l ୨୩ ତାରିଖ ଦିନ ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ୧୯ ତାରିଖ ବିଜେତା ଦଳ ଓ ୨୦ ତାରିଖ ବିଜେତା ଦଳ ମଧ୍ୟରେ ଅନୁଷ୍ଠିତ ହେବ l
୨୪ ତାରିଖ ଦିନ ୧୯ ବର୍ଷରୁ କମ ପୁରୁଷ ବିଭାଗ ଜୁନିଅର ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ପଞ୍ଚସଖା କ୍ରିକେଟ କ୍ଲବ ସାକ୍ଷୀଗୋପାଳ ଓ ମା ଉଗ୍ରତାରା କ୍ରିକେଟ ଏକାଡେମୀ, ଚନ୍ଦନ ପୁର ମଧ୍ୟରେ ଅନୁଷ୍ଠିତ ହେବ l ୨୫ ତାରିଖ ଦିନ ଗ୍ରାଣ୍ଡ ଫାଇନାଲ ମ୍ୟାଚ ୨୨ ତାରିଖ ବିଜେତା ଦଳ ଓ ୨୩ ତାରିଖ ବିଜେତା ଦଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ପଞ୍ଚସଖା କ୍ରିକେଟ କ୍ଲବ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରା ଯାଇଅଛି l

No Result
View All Result