ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୁରୀ କୋଣାର୍କ ରାସ୍ତାର ମାଟିଆପଡା ରେଲୱେ ଓଭରବ୍ରିଜ ର କାର୍ଯ୍ୟକୁ ବୁଧବାର ଦିନ ଅନୁଧ୍ୟାନ କରିଛନ୍ତି ପୁରୀ ଲୋକସଭା ସାଂସଦ ଡ ସମ୍ବିତ ପାତ୍ର ଓ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ବ୍ରିଜର ନିର୍ମାଣ କାର୍ଯ୍ଯ ନିରୀକ୍ଷଣ କରିଛନ୍ତି । ଏହି ବ୍ରିଜକୁ ଉଚ୍ଚ ଗୁଣମାନ, ସୁରକ୍ଷା ମାନଦଣ୍ଡ ଓ ଠିକ ସମୟରେ ସଂମ୍ପୂର୍ଣ୍ଣ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।















