No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସାମ୍ୟବାଦୀ ତତ୍ତ୍ୱ ବିତ ସୋମନାଥ ପାତ୍ର (୧୦୨) ବର୍ଷଙ୍କ ବିୟୋଗରେ ସିପିଆଇ କଟକ ଜିଲ୍ଲା ଓ ନଗର କମିଟି ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି ଓ ପରିବାର ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।
ସେ ଦୀର୍ଘ ବର୍ଷ ଧରି ମାର୍କସ୍ ବାଦୀ ଶିକ୍ଷକ ଭାବେ ଥିଲେ ଏବଂ ସେ ବହୁ ପୁସ୍ତକ ରଚନା କରିଛନ୍ତି। ଶତାଧିକ ଶ୍ରମିକ କୃଷକ କ୍ଷେତମୂଲିଆ ଆନ୍ଦୋଳନର ସାରଥୀ ଥିଲେ। ତାଙ୍କ ବିୟୋଗରେ ଜିଲ୍ଲା ସମ୍ପାଦକ ବିନୋଦ ବେହେରା, ନଗର ସମ୍ପାଦକ ପ୍ରସନ୍ନ ମହାପାତ୍ର, ପ୍ରଫୁଲ୍ଲ କୁମାର ତ୍ରିପାଠୀ, କିଶୋର ଜେନା,
ଅମରେନ୍ଦୁ ମହାନ୍ତି, ଅଶୋକ ତା, ଭ୍ରମରବର ସାହୁ, ବିପିନ ବିହାରୀ ପାଢ଼ୀ, ଶିକ୍ଷକ ନେତା ବିବେକାନନ୍ଦ ଦାଶ, କ୍ଷିରୋଦ ବିଶ୍ବାଳ, ମିହିର ବିଶ୍ବାଳ, ଇସକଫ ପକ୍ଷରୁ ବିଜୟ କୁମାର ପଢିହାରୀ, ସଞ୍ଜୟ ପରିଜା, ଇପ୍ଟା ପକ୍ଷରୁ ସୁଶାନ୍ତ ମହାପାତ୍ର ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତ ।

No Result
View All Result