No Result
View All Result
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରିବାକୁ ଗୁରୁବାର ଦିନ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଏବଂସହ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ କୈଳାସ ନାଥ ସ୍ୱାଇଁଙ୍କ ଆବାହକତ୍ୱରେ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନଷ୍ଠିତ ହୋଇଯାଇଅଛି ।

ଉକ୍ତ ବୈଠକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅମିତା ମିଶ୍ର,ପିଚୁକୁଳି ଏବଂ କଳାଙ୍ଗ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଓ ବିଭୁପ୍ରସାଦ ମହାପାତ୍ର ,ପ୍ରାକ୍ତନ ଶିକ୍ଷକ ବାନାମ୍ବର୍ ଷଡ଼ଙ୍ଗୀ,ପ୍ରଧାନ ଶିକ୍ଷକ ମଳୟ କୁମାର ପଣ୍ଡା,ଭିକାରୀ ପୁଷ୍ଟି, ଚିତ୍ତରଞ୍ଜନ ସ୍ବାଇଁ, ମୁସ୍ତାହୁଦ୍ଦିନ ଖାଁ,ପ୍ରଫୁଲ୍ଲ ମହାପାତ୍ର,ଶିକ୍ଷକ ଅପର୍ତ୍ତି ଅଟ, ସୁକାନ୍ତ କୁମାର ଜେନା, ସନ୍ତୋଷ କୁମାର ନାୟକ, ଗୌର ଚରଣ ସୁବୁଦ୍ଧି, ଆଶିସ କୁମାର ସାହୁ,ପ୍ରକାଶ ଚନ୍ଦ୍ର ସାହୁ, ମୁଖ୍ୟ କିରାଣୀ ସେଖ ମୁନିର,
ଶିବ ପ୍ରସାଦ ମିଶ୍ର, ଅଜୟ କୁମାର ବଲିୟାରରସିଂହ, ସଞ୍ଜୟ କୁମାର ଦଳେଇ,ସଞ୍ଜୟ କୁମାର ମନ୍ତ୍ରୀ, ବବ୍ରୁ ବାହନ ବେହେରା , ପପୁନି କୁମାର ଭଟ୍ଟ, ବେଣୁଧର ପରିଡ଼ା,ପ୍ରମୁଖ ଯୋଗଦେଇଥିଲେ । ଚଳିତ ମାସ ୨୫ତାରିଖ ରବିବାର ଦିନ ଉକ୍ତ ରକ୍ତଦାନ ଶିବିରର ଆୟୋଜନ କରାଯିବା ପାଇଁ ବୈଠକରେ ସ୍ଥିରୀକୃତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀରାମ ଆଶିଷ ସାହୁ ସହଯୋଗ କରିଥିଲେ ।.

No Result
View All Result