ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେୁଣ୍ଡି ର ବିଧାୟକ ଶ୍ରୀ ଇଂ.ରୁପେଶ କୁମାର ପାଣିଗ୍ରାହୀ ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କୁ ଭେଟି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟକୁ ନେଇ ଆଲୋଚନା କରିଥିବା ଜଣାଯାଇଛି l ବିଶେଷକରି ସେ ପାରଳାଖେମୁଣ୍ଡିର ପ୍ରସ୍ତାବିତ ବାଇପାସ୍ ରାସ୍ତାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଏବଂ ତୁରନ୍ତ ରାସ୍ତା ହେଲେ ଜିଲ୍ଲାବାସୀ କିଭଳି ବିଭିନ୍ନ କ୍ଷେତ୍ରରେ ଉପକୃତ ହେବେ ସେ ସମ୍ପର୍କରେ ଆଲୋଚନା କରିଥିଲେ l















