ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପବିତ୍ର ମକର ସଙ୍କ୍ରାନ୍ତି ଉପଲକ୍ଷେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଓ ତାଙ୍କର ଧର୍ମ ପତ୍ନୀ ମିଳିତ ଭାବେ ବୁଧବାର ଦିନ ବଡକୁମାରୀ ସ୍ଥିତ ଜରା ଆଶ୍ରମ ପରିଦର୍ଶନ କରି ଅବସ୍ଥାପିତ କରୁଥିବା ବ୍ରୁଦ୍ଧ ବ୍ରୁଦ୍ଧା ଙ୍କର ଆଶୀର୍ବାଦ ଲାଭ କରିଥିଲେ । ମାନବ ସେବା ହିଁ ମାଧବ ସେବା ନୀତି ଆଦର୍ଶକୁ ପାଥେୟ କରି ବ୍ରୁଦ୍ଧା ଆଶ୍ରମରେ ଖରା, ବର୍ଷା, ଶୀତ କାକରରେ ବସବାସ କରୁଥିବା ୨୦ଜଣ ବୁଢ଼ା ବୁଢୀ ମାନଙ୍କୁ ମାଗଣାରେ ଶୀତବସ୍ତ୍ର କମଳ,

ଫଳ ଓ ଶୁଖିଲା ଖାଦ୍ୟ ଆଜି ବଣ୍ଟନ କରି ସେମାନଙ୍କର ସୁସ୍ଥ ତଥା ନୀରୋଗ ଜୀବନ ଯାପନ କାମନା କରି ଅଛନ୍ତି । ଘରୁ ବିତାଡ଼ିତ ହୋଇ ଜରା ଆଶ୍ରମରେ ବସବାସ କରୁଥିବା ସମସ୍ତେ ଜୀବନରେ ସୁଖୀ ଓ ଆନନ୍ଦ ହୁଅନ୍ତୁ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ବାଇଁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଅଛନ୍ତି ।

ଏହି କମଳ ବଣ୍ଟନ କାଯ୍ୟକ୍ରମରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅଲ୍ଟା ର ସମ୍ପାଦକ ବ୍ରହ୍ମଚାରୀ ରାୟ, କୋଷାଧ୍ୟକ୍ଷ ଫକୀର ମହାରଣା, ପରିଚାଳକ ରାଜେଶ କୁମାର ଦାସ ଓ ସେବିକା ପ୍ରତିମା ବିଶ୍ବାଳ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ । ଏହି ଜନକଲ୍ୟାଣ କାଯ୍ୟକ୍ରମ କୁ ବଡକୁମାରୀ ଗ୍ରାମପଞ୍ଚାୟତ ର ସମସ୍ତ ଜନସାଧାରଣ ଉଚ୍ଚ ପ୍ରଶଂସା କରିଅଛନ୍ତି ।