ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସମଗ୍ର କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ବାରମ୍ବାର ଚାଲାଣ କରି ଜେଲ କୁ ଯାଇ ପୁଣି ହାଇକୋର୍ଟ ରୁ ବେଲ ଆଣି ଖୁଲମ ଖୁଲା ଭାବେ ପୁଣି ଗଞ୍ଜେଇ ଚାଲାଣ କରି ଫେରାର ଥିବା ଜଣେ କୁଖ୍ୟାତ ଗଞ୍ଜେଇ ବେପାରୀ କୁ ବାଲିଗୁଡା ପୋଲିସ ତାଙ୍କ ନିଜ ଘରୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ ଏକ ଖବର ଦାତା ସମ୍ମିଳନୀ କରି ବୁଧବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି ।















