ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ସୋମବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ସରସ୍ଵତୀ ଶିଶୁ ମନ୍ଦିର ଚାରିଛକଠାରେ ନର୍ଲା ପୋଲିସ ପକ୍ଷରୁ ବ୍ୟାପକ ଭାବେ ମାକ୍ସ ଯାଞ୍ଚ କରାଯାଇଛି । ନର୍ଲା ଥାନା ଅଧିକାରୀ ଆଇଆଇସି ରମଣୀ ରଂଜନ ଦଳେଇଙ୍କ ନେତୃତ୍ବରେ ଥାନାର ସମସ୍ତ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ବିଡ଼ିଓ ଡ. ବ୍ୟାସଦେବ ବେହେରା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।
ମାକ୍ସ ପିନ୍ଧି ନ ଥିବା ଲୋକଙ୍କଠାରୁ ପ୍ରାୟ ୯୦୦୦ ଟଙ୍କା ଫାଇନ ଆକାରରେ ଆଦାୟ ହୋଇଥିବା ଜଣାଯାଏ । ଏ ବାବଦରେ ନର୍ଲା ଥାନା ଅଧିକାରୀ ଓ ତହସିଲଦାରଙ୍କୁ ପଚାରିବାରୁ କଳାହାଣ୍ଡି ଜିଲ୍ଲାରେ ବହୁ ମାତ୍ରାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନର୍ଲା ବ୍ଳକରେ ଏହାର ମାତ୍ରା କମ୍ ରହୁଛି ତେବେ ଏହା ଆହୁରି ନ ହେବା ପାଇଁ ଚେଷ୍ଟା ଜାରି ରହିବ ଓ ଅମାନିଆ ମାନଙ୍କ ପ୍ରତି କଡ଼ା ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ)