ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବବର୍ଷ ଓ ପୌଷ ପୂର୍ଣ୍ଣିମା ଅବସରରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଥିଲା । ପ୍ରଧାନ ଶିକ୍ଷକ ହରି ଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମାନ୍ଦଲା କ୍ଳଷ୍ଟରର ସିଆରସିସି ଧନସିଂ ମାଝୀ,

ଶିକ୍ଷକ ମନୋଜ ତାଣ୍ଡୀ, ଅଲେଖ ବନଗୋଲା ଅତିଥି ଭାବରେ ଯୋଗ ଦେଇଥିଲେ । ଭବାନୀ ମାଝୀ ସ୍ୱାଗତ ସଙ୍ଗୀତ ଗାଇଥିଲେ ଓ ଛାତ୍ରୀବୃନ୍ଦ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପ୍ରକୃତି ବନ୍ଧୁ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ ।

ଆମ ସଂସ୍କୃତି ଓ ପର୍ବ ପର୍ବପର୍ବାଣି ହଜିହଜି ଯାଉଥିବାବେଳେ ପଶ୍ଚିମ ଓଡ଼ିଶାର ଗଣପର୍ବ ପୁଷପୁନୀ ଉପରେ ଆଲୋକପାତ କରିଥିଲେ । ତାପରେ ପାଣି ପଞ୍ଚାୟତ ପକ୍ଷ ପାଳନର ଗୁରୁତ୍ୱ ଓ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ।ପାଣି ପଞ୍ଚାୟତ ପକ୍ଷ ଉପରେ ଆଧାରିତ କୁଇଜ,ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।













