ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଯୁବପରିଷଦ ଆନୁକୁଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଡମପଡ଼ା ବ୍ଲକ ଅନ୍ତର୍ଗତ କୁଶପଙ୍ଗି ଗ୍ରାମସ୍ଥ ଅନାହତ ଗୁମ୍ଫା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ସ୍ୱର୍ଗତ ବାଜପ୍ରେୟୀଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥି ଭାବେ କୁମାର ଅମୀୟ, ବିଭୂତି ବେଉରା, କବି ଲଲାଟେନ୍ଦୁ ପଣ୍ଡା, ବିଶ୍ୱରଞ୍ଜନ ସ୍ୱାଇଁ, ଅର୍ପିତ ସାମଲ, ନିର୍ମଳ ଦାସ, ଓମ୍ ପ୍ରକାଶ ସାମଲ, ଶଙ୍କର କୁମାର ନାୟକ ପ୍ରମୁଖ ଯୋଗଦାନ କରି ସେମାନଙ୍କର ବକ୍ତବ୍ୟ ରଖିଥିଲେ । ପରିଷଦର ସଭାପତି ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।














