ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଙ୍କୀ କଚେରୀ ପଡିଆ ଠାରେ ଚାଲିଥିବା ଲକ୍ଷ୍ମୀଧର ବେହେରା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିବସର ପ୍ରଥମ ଖେଳ ବାଙ୍କୀ ଆଥେଲେଟିକ୍ ଆସୋସିଏସନ୍ ସହିତ ପାନବରଜ ଦଳ ମଧ୍ୟରେ ହୋଇଥିଲା । ଏଥିରେ ବାଙ୍କୀ ଆଥେଲେଟିକ୍ ଆସୋସିଏସନ୍ ବିଜୟ ହୋଇଥିବା ବେଳେ ଏହି ଦଳର ସୁବାସ ଖଟୁଆ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଦ୍ୱିତୀୟ ମ୍ୟାଚରେ ବେଗୁନିଆ ଅଠାରଙ୍ଗ ସହିତ ଗୁରୁଜଙ୍ଗ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ।

ଏହି ଖେଳରେ ଗୁରୁଜଙ୍ଗ ଦଳ ବିଜୟୀ ସହ ଏମ୍.ଡି. ଝାବରିଜ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ପ୍ରେସକ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ଉପନଗରପାଳ ତଥା ବାଙ୍କୀ ଆଥେଲେଟିକ୍ ଆସୋସିଏସନର ସାଧାରଣ ସଂପାଦକ ସନ୍ତୋଷ କୁମାର ରଣା,
ଧର୍ମପ୍ରସାଦ ମଙ୍ଗରାଜ, ଶ୍ରୀନିବାସ ବେହେରା, ସୌମେନ୍ଦ୍ର ମିଶ୍ର, ଅନନ୍ତ ଚରଣ ଦାସ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆସନ୍ତା କାଲି ମ୍ୟାଚ୍ ମାଣିଆବନ୍ଧ ସହିତ କଲ୍ୟାଣପୁର ଏବଂ ପୁରୁଣା ତିଗିରିଆ ସହିତ ମେଣ୍ଢାଶାଳ ମଧ୍ୟରେ ଅନୁଷ୍ଠିତ ହେବବୋଲି ସତ୍ୟରଞ୍ଜନ ସାହୁ ପ୍ରକାଶ କରିଛନ୍ତି । ଆଜିର ଖେଳକୁ କେଶବ ମଙ୍ଗୁଆଳ ଓ ତପନ ନାୟକ ପରିଚାଳନା କରିଥିଲେ ।














