ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବାଙ୍କୀ ନିର୍ବାଚନମଣ୍ଡଳୀ ସ୍ତରୀୟ ଯୁଗପୁରୁଷ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମ ଜୟନ୍ତୀ ବାଙ୍କୀ ଅଟଳ ସେନା ପକ୍ଷରୁ ସ୍ଥାନୀୟ ମହାରଣା ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଅଟଳ ସେନାର ସଂଯୋଜକ ସିଦ୍ଧେଶ୍ୱର ପାଇକରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ଗୁରୁ ସାଧୁ ସ୍ୱାମୀ ତ୍ରିଲୋକେଶ୍ୱର ଭାରତୀ ଶୁଭାରମ୍ଭ କରିଥିଲେ । ଅଟଳ ସେନାର ବରିଷ୍ଠ ରାଜ୍ୟ ସଂଯୋଜକ ଅଜୟ କୁମାର ସ୍ୱାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଫକୀର ଚରଣ ଦାସ, ବରିଷ୍ଠ ବିଜେପି ନେତା ସୁବୋଳ ବେହେରା ଓ ଅନ୍ୟ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।

ସୁପ୍ରିତି ମହାପାତ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସ୍ୱର୍ଗତ ବାଜପେୟୀ ଏକାଧାରାରେ ଜଣେ କବି, ଲେଖକ, ରାଷ୍ଟ୍ରଭକ୍ତ, ସୁପ୍ରଶାସକ ,ଶ୍ରେଷ୍ଠ ରାଜନୈତିକ ଭାବେ ସାରା ଭାରତରେ ସୁନାମ ରହିବା ସହିତ ତାଙ୍କ ଶାସନକାଳକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢୀ, ନଗରପାଳ ମାଣିକ ସାହୁ, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ, ସମବାୟବିତ୍ ସମରେନ୍ଦ୍ର ମହାପାତ୍ର,
୩୮ଜୋନ୍ ଆଶିଷ କୁମାର ସାହୁ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ରବିନ୍ଦ୍ର କୁମାର ସାହୁ, ସୁବ୍ରତ ପ୍ରଧାନ, ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, କମଳାକାନ୍ତ ପ୍ରହରାଜ, ସୁରେନ୍ଦ୍ର ବିଶ୍ୱାଳ, ମନ୍ମଥ ରାଉତ, ଚନ୍ଦନ କୁମାର ନାୟକ, ପ୍ରଭାତ ରଣା, ପ୍ରିୟଦର୍ଶିନୀ ବେହେରା, ଭାରତମାତା ସାହୁ, ଉତ୍କଳମଣି ମନ୍ତ୍ରୀ ପ୍ରମୁଖ ଯୋଗଦାନ କରି ଅଟଳବିହାରୀ ବାଜପେୟୀଙ୍କ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସତ୍ୟବ୍ରତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।














