ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବାଙ୍କୀ ସହରସ୍ଥ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୁଲ୍ୟରେ ପରିଷଦର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ୭୩ତମ ଜନ୍ମ ଜୟନ୍ତୀ ପରିଷଦ ପରିସରରେ ପାଳିତ ହୋଇଯାଇଛି । ସଭା ପୂର୍ବରୁ ପରିଷଦର ପରିସରରେ ଥିବା ପୂର୍ବିତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁପଟ୍ଟନାୟକ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଚଳଚିତ୍ର ଅଭିନେତା ହେମନ୍ତ ଦାସ, ନୃତ୍ୟଗୁରୁ ଗୋପୀକୃଷ୍ଣ ବେହେରା ଓ ସ୍ୱର୍ଗତ ରାମଚନ୍ଦ୍ର ପ୍ରତାପ ସିଂହଙ୍କ ପ୍ରତିମୂର୍ତ୍ତିରେ ସଭାପତି ଶ୍ରୀ ତ୍ରିପାଠୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ବନ୍ଦେଉତ୍କଳ ଜନନୀ ଓ ବିଜୟ କୁମାର ଦିକ୍ଷୀତଙ୍କ ପରିଚାଳନାରେ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ପରିଷଦର ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂପାଦକ ବେଣୁଧର କର ବିବରଣୀ ପାଠ କରିଥିଲେ ।
ମୁଖ୍ୟଅତିଥି ଭାବେ ନଗରପାଳିକା ମାଣିକ ସାହୁ, ସମ୍ମାନିତଅତିଥି ଭାବେ କେନ୍ଦ୍ରୀୟ ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର,୩୮ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଆଶିଷ କୁମାର ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢୀ, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ପ୍ରେସକ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର, ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ବରିଷ୍ଠ ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, ପଣ୍ଡିତ ଅଶୋକ କୁମାର ମିଶ୍ର, ଆଇନଜୀବୀ ଧର୍ମପ୍ରସାଦ ମଙ୍ଗରାଜ,
ଶ୍ରୀନିବାସ ବେହେରା ପ୍ରମୁଖ ଯୋଗଦାନ କରି ଶ୍ରୀ ତ୍ରିପାଠୀଙ୍କ ବାଙ୍କୀରେ ତାଙ୍କ ଦ୍ୱାରା ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କମନା କରିଥିଲେ । ଏହି ଅବସରରେ ନୃତ୍ୟଗୁରୁ ମହେଶ ନାୟକଙ୍କ ନିର୍ଦ୍ଦେଶନାରେ ପରିଷଦର କଳାକାରମାନେ ନୃତ୍ୟ ଅଭିନୟ କରିଥିଲେ ଏବଂ ଜନ୍ମ ଦିବସର କେକ୍ କଟାଯାଇଥିଲା ।
ଶେଷରେ ପରିଷଦର ସହସଂପାଦକ ଶ୍ରୀନିବାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଜାତମୁଣ୍ଡିଆ ସ୍ଥିତ ମା’ପୋଟେଳେଈଙ୍କ ପୀଠରେ ଶ୍ରୀ ତ୍ରିପାଠୀଙ୍କର ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ , ନଗରପାଳିକା ମାଣିକ ସାହୁ,
ଉପନଗରପାଳ ସନ୍ତୋଷ କୁମାର ରଣା, ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର, ଆଶିଷ କୁମାର ସାହୁ , ଉପାଧ୍ୟକ୍ଷ ଗୀତାଞ୍ଜଳି ବେଉରା, ନାରାୟଣ ଜେନାଙ୍କ ସମେତ ଡମପଡ଼ା ଏବଂ ବାଙ୍କୀ ବ୍ଲକର ବହୁ ଆଗାଧାଡିର ନେତା ଓ କର୍ମୀ ଯୋଗଦାନ କରି ଶ୍ରୀତ୍ରିପାଠୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ ।














